ଜିଲ୍ଲାସ୍ତରୀୟ କୋଟିଏ ହସ-୨୦୨୬ କାର୍ଯ୍ୟକ୍ରମ
ଜିଲ୍ଲାସ୍ତରୀୟ ‘କୋଟିଏ ହସ-୨୦୨୬’ କାର୍ଯ୍ୟକ୍ରମ
ଜିଲ୍ଲାସ୍ତରୀୟ ‘କୋଟିଏ ହସ-୨୦୨୬’ କାର୍ଯ୍ୟକ୍ରମ


ଜିଲ୍ଲାସ୍ତରୀୟ ‘କୋଟିଏ ହସ-୨୦୨୬’ କାର୍ଯ୍ୟକ୍ରମ


ସମ୍ବଲପୁର , ୧୪, ନଭେମ୍ବର (ହି.ସ.) - ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଧନକଉଡ଼ା ସ୍ଥିତ ରାଜୀବ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ-୨୦୨୬’ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ ଯେ, ଆମ ଦେଶର ଭବିଷ୍ୟତ ଗଢ଼ିବାରେ କୁନି କୁନି ଶିଶୁମାନଙ୍କ ସଠିକ୍ ପୁଷ୍ଟି ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କେବଳ ମା’ମାନେ ନୁହେଁ, ବରଂ ବାପାମାନଙ୍କୁ ମଧ୍ୟ ସମାନ ଭାବେ ସଚେତନ ହୋଇ ଶିଶୁମାନଙ୍କ ଖୁସି ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସରୋଜା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ଶିଶୁମାନଙ୍କର ସନ୍ତୁଳିତ ଆହାର, ଉତମ ସ୍ୱାସ୍ଥ୍ୟ ଏବଂ ପିତାମାତାଙ୍କ ସହ ନିବିଡ଼ ଆଳାପ ଆଲୋଚନା କିପରି ଶିଶୁର ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୁଏ, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେହେରା, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର ପୂର୍ଣ୍ଣିମା ତ୍ରିପାଠୀ, ଧନକଉଡ଼ା ବ୍ଲକ ସିଡିପିଓ ଆରତୀ ସିଂହ, ଏବଂ ଡିସି ପୋଷଣ ଧୃତିଦିପ୍ତ ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଧନକଉଡ଼ା ବ୍ଲକ ସିଡିପିଓ ଆରତୀ ସିଂହ ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande