ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରସ୍ତୁତି ବୈଠକ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ସମାଜରେ ବରିଷ୍ଠ ଦୁର୍ବଳ ନୁହେଁ,ପ୍ରତ୍ୟେକ କ୍ଷେତ୍ରରେ ଆମେ ବି ସମର୍ଥ,ବୟୋଜ୍ୟେଷ୍ଠ ମାନଙ୍କ ଅସୁବିଧା ସମୟରେ ତାଙ୍କୁ ସହଯୋଗର ହାତ ବଢାଇବା ଆମ ବରିଷ୍ଠ ସଂଘର କର୍ତ୍ତବ୍ୟ,ବରିଷ୍ଠ ମାନେ କେବେ ମୁଣ୍ଡ ନ ନୁଆଇଁ ପିଲାମାନଙ୍କୁ ସଂସ୍କାର ସହ ନତମସ୍ତକ ହେବାର ଶିକ୍ଷା ଦେଲେ
barishtha nagarika sanghar prastuti baithak


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ସମାଜରେ ବରିଷ୍ଠ ଦୁର୍ବଳ ନୁହେଁ,ପ୍ରତ୍ୟେକ କ୍ଷେତ୍ରରେ ଆମେ ବି ସମର୍ଥ,ବୟୋଜ୍ୟେଷ୍ଠ ମାନଙ୍କ ଅସୁବିଧା ସମୟରେ ତାଙ୍କୁ ସହଯୋଗର ହାତ ବଢାଇବା ଆମ ବରିଷ୍ଠ ସଂଘର କର୍ତ୍ତବ୍ୟ,ବରିଷ୍ଠ ମାନେ କେବେ ମୁଣ୍ଡ ନ ନୁଆଇଁ ପିଲାମାନଙ୍କୁ ସଂସ୍କାର ସହ ନତମସ୍ତକ ହେବାର ଶିକ୍ଷା ଦେଲେ ସମାଜରେ ବରିଷ୍ଠ ମାନେ ନିର୍ବିଘ୍ନରେ ଜୀବନ ବିତେଇବେ, ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ବାର୍ଷିକ ପ୍ରତିଷ୍ଠା ଦିବସ ପାଇଁ ସବିଶେଷ ଆଲୋଚନା କରି, ସର୍ବସମ୍ମତି କ୍ରମେ ଆସନ୍ତା ୨୦୨୭ ଜାନୁଆରୀ ମାସ ବୁଧବାର ଭଦ୍ରକ ନୟାବଜାର ଭାଗବତ କଲ୍ୟାଣ ମଣ୍ଡପରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ. ପି. ମନୋଜ କୁମାର ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ବରେଣ୍ୟ ଅତିଥି ମାନଙ୍କ ଗହଣରେ ଜିଲ୍ଲାର ବିଭିନ୍ନ ସମାଜ ସେବାରେ ବୟସର ଶେଷ ପର୍ଯ୍ୟନ୍ତ ନିଜକୁ ନିୟୋଜିତ କରିଥିବା ପ୍ରତିଭା ପୂର୍ଣ୍ଣଚନ୍ଦ୍ର ମିଶ୍ର, ଝରଣା ପଟ୍ଟନାୟକ, ଯୁଗଳ କିଶୋର ଅଗ୍ରୱାଲା, ଡା. ଗୌର ଚନ୍ଦ୍ର ଯେନାଙ୍କୁ ବରିଷ୍ଠ ନାଗରିକ ସେବା ସେବା ସମ୍ମାନରେ ସମ୍ମାନିତ କରାଯିବ,ଆଜି ବିଶ୍ୱ ମଧୁମେହ ଦିବସରେ ବରିଷ୍ଠ ମାନଙ୍କ ଜୀବନଚର୍ଯ୍ୟା ଉପରେ ଡା. ଅନିଲ କୁମାର ଦାଶ ଆଲୋଚନା କରିଥିବା ବେଳେ ବରିଷ୍ଠ ଶିକ୍ଷକତଥା ଉପଦେଷ୍ଟା ଶାନ୍ତନୁ ରାଉତ, ଲକ୍ଷ୍ମଣ କୁମାର ମହାନ୍ତି, ସହ ସମ୍ପାଦକ ବିଭୂତି ଭୂଷଣ ସେନାପତି ଶିଶୁ ଦିବସର ମହନୀୟତା ଉପରେ ବରିଷ୍ଠ ମାନେ ନିଜ ପରିବାରର ନାତି ନାତୁଣୀ ଓ ସମାଜରେ ଅବହେଳିତ ବର୍ଗର ଶିଶୁ ମାନଙ୍କୁ ଶ୍ରଦ୍ଧା ଦେଇ ଅତ୍ମୀୟତା ସୃଷ୍ଟି କରିବା ପାରିଲେ ଏହା ନେହେରୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ, ଅନ୍ୟ ମାନଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକର କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ, କୋଷାଧକ୍ଷ ବିଜୟ ସେନାପତି, ଉପଦେଷ୍ଟା ଇନ୍ଦ୍ରମଣି ପଣ୍ଡା,ସୁଧାକର ରାଉତ, ଗଦାଧର ପଣ୍ଡା, ବିଚିତ୍ରାନନ୍ଦ ମହାନ୍ତି, ପ୍ରତାପ ନାୟକ, ମୁକ୍ତିକାନ୍ତ ମହାପାତ୍ର,ନିରଞ୍ଜନ ସାହୁ,ରାମ ନାରାୟଣ ମହାନ୍ତି, ପୁରୋଷତ୍ତମ ଧଳ, ଜଗନ୍ନାଥ ନାୟକ, ଦିଲ୍ଲୀପ ନାୟକ, ଆଦିତ୍ୟ ନାୟକ, ଶାନ୍ତିଲତା ବେହେରା, ବିପ୍ଳବ ହୋତା,ବୈଲୋଚନ ବେଉରିଆ ଉକ୍ତ ବାର୍ଷିକ ସମାରୋହକୁ ଅତ୍ୟନ୍ତ ଆକର୍ଷଣୀୟ କରି ଜିଲ୍ଲାର ୩୦ଗୋଟି ଆଞ୍ଚଳିକ ବରିଷ୍ଠ ସଙ୍ଗଠନର ସମ୍ପର୍କକୁଖୁବ ଶକ୍ତିଶାଳୀ କରି ରାଜ୍ୟରେ ଭଦ୍ରକକୁ ଏକ ଅଗ୍ରଣୀ ମହାସଂଘରେ ପରିଣତ କରି ରାଜ୍ୟରେ ସମସ୍ତ ଜିଲ୍ଲାର ଉଦାହରଣ ସୃଷ୍ଟି କରିବା ପାଇଁ ମତବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande