
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ’ ଶିଶୁ ମହୋତ୍ସବ–୨୦୨୬ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଙ୍ଗୀତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ, ଅଭିଭାବକ ତଥା ବିଭାଗୀୟ କର୍ମଚାରୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା (୩ ରୁ ୬ ବର୍ଷ), ନୃତ୍ୟ ପ୍ରତିଯୋଗିତା (୩ ରୁ ୬ ବର୍ଷ) ଏବଂ ଊଓଣ ଖେଳନା ପ୍ରସ୍ତୁତି ପ୍ରତିଯୋଗିତା (୦ ରୁ ୩ ବର୍ଷ ବୟସର ଶିଶୁମାନଙ୍କ ପିତାଙ୍କ ପାଇଁ) ଆୟୋଜନ କରାଯାଇଥିଲା। ଶିଶୁମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇ ନିଜର କଳ୍ପନାଶକ୍ତି, ସୃଜନଶୀଳତା ଓ ଚିତ୍ରାଙ୍କନ ପ୍ରତିଭାକୁ ରଙ୍ଗୀନ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରିଥିଲେ, ବିଭିନ୍ନ ନୃତ୍ୟ ପରିବେଷଣ ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭା ଓ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏବଂ ୦ ରୁ ୩ ବର୍ଷ ବୟସର ଶିଶୁମାନଙ୍କ ପିତାମାନେ ଯୋଗଦେଇ ସ୍ଥାନୀୟ ଭାବେ ଉପଲବ୍ଧ ଓ ସ୍ୱଳ୍ପ ଖର୍ଚ୍ଚରେ ମିଳୁଥିବା ସାମଗ୍ରୀ ବ୍ୟବହାର କରି ବିଭିନ୍ନ ଅଭିନବ ଖେଳନା ପ୍ରସ୍ତୁତ କରି ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକଳାପ ଶିଶୁମାନଙ୍କର ଖେଳ ମାଧ୍ୟମରେ ଶିକ୍ଷଣ, ମାନସିକ ଓ ଶାରୀରିକ ବିକାଶରେ ପିତାମାନଙ୍କର ସକ୍ରିୟ ଭୂମିକାର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।ଏହି ଉତ୍ସବ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ, ସମ୍ବେଦନଶୀଳ ଅଭିଭାବକତ୍ୱ (ଜରଗ୍ଦକ୍ଟ୍ରକ୍ଟଦ୍ଭଗ୍ଦସଙ୍ଖର ଚବକ୍ସରଦ୍ଭଗ୍ଧସଦ୍ଭଶ), ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ଋଉଉଋ), ପୁଷ୍ଟିସାଧନ ତଥା ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କିପରି କାର୍ଯ୍ୟ କରୁଛି, ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଉତ୍ସବରେ ଶିଶୁ, ଅଭିଭାବକ ଓ ବିଭାଗୀୟ କର୍ମଚାରୀମାନଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁମାନଙ୍କ ପାଇଁ ଏକ ସୁସ୍ଥ, ସୁରକ୍ଷିତ, ଆନନ୍ଦମୟ, ସୃଜନଶୀଳ ଓ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଦିଗରେ ଥିବା ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ପ୍ରୋଗ୍ରାମ-ସୁରକ୍ଷା ଅଧିକାରୀ, ସବ୍ ଡିଭିଜନାଲ ପ୍ରୋଗ୍ରାମ ଅଧିକାରୀ, ଏବଂ ବିଭିନ୍ନ ଆଇସିଡିଏସ୍ ପ୍ରକଳ୍ପର ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ, ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ଅଂଶଗ୍ରହଣକାରୀ ଶିଶୁ, ଅଭିଭାବକ, ବିଭାଗୀୟ ଅଧିକାରୀ ଓ ଆଇସିଡିଏସ୍ କର୍ମଚାରୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ