ଶିଶୁଙ୍କ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ପ୍ରତ୍ୟେକ ଶିଶୁ ମାନଙ୍କ ପାଖରେ ଭରି ରହିଛି ଅନନ୍ୟ ପ୍ରତିଭା । ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି । ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ସ୍ଥାନୀୟ ରେଡକ୍ରସ ଭବନଠାରେ ଆକ୍ସନଏଡ୍ ଆସୋସିଏସନ୍ ଓ ସିସିଡବ
ଶିଶୁଙ୍କ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ


ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ପ୍ରତ୍ୟେକ ଶିଶୁ ମାନଙ୍କ ପାଖରେ ଭରି ରହିଛି ଅନନ୍ୟ ପ୍ରତିଭା । ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି । ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ସ୍ଥାନୀୟ ରେଡକ୍ରସ ଭବନଠାରେ ଆକ୍ସନଏଡ୍ ଆସୋସିଏସନ୍ ଓ ସିସିଡବ୍ଲୁଡିଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଶିଶୁ ଦିବସ-୨୦୨୬ ଅବକାଶରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ ଯେ- ଶିଶୁମାନଙ୍କ ବିକାଶ ଓ ସୁରକ୍ଷା ପାଇଁ ଆୟୋଗ ପ୍ରତିଶୃତିବଦ୍ଧ । ଶିଶୁମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଚାଇଲ୍ଡ ଲାଇନ୍ ନମ୍ବର- ୧୦୯୮କୁ ଯୋଗାଯୋଗ କରନ୍ତୁ । ପିତାମାତା, ଅଭିଭାବକମାନେ ଶିଶୁ ପ୍ରତି ସ୍ନେହ, ଆଦର ଓ ଶିଶୁର ଶିକ୍ଷାକୁ ଗୁରୁତ୍ୱ ଦେବା ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଓ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥିଭାବରେ ଆକ୍ସନଏଡ୍ ଆସୋସିଏସନ୍ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଯୋଗଦାନ କରି ଶିଶୁମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ଅଧ୍ୟକ୍ଷତା କରି କହିଲେ ଯେ- ଶିଶୁଙ୍କ ପାଇଁ ଶିଶୁସାଥୀ ପରିବେଶ ଓ କୋଣଠେସା ହୋଇ ରହିଯାଉଥିବା ଶିଶୁ ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ପଡିବ । ଏଥି ନିମନ୍ତେ ତୃଣମୂଳ ସ୍ତରରୁ ବ୍ୟାପକ ସଚେତନତାକୁ ସୁଦୃଢ଼ କରିବାକୁ ପଡିବ ।

କାର୍ଯ୍ୟକ୍ରମରେ ରାଜଧାନୀର ବିଭିନ୍ନ ବସ୍ତିର ଶିଶୁ କ୍ଲବର ସଦସ୍ୟ/ ସଦସ୍ୟା ମାନେ ଯୋଗଦାନ କରିଥିଲେ । ପରିଶେଷରେ ଶିଶୁମାନେ ଏକକ ନୃତ୍ୟ, ଦଳଗତ ନୃତ୍ୟ ଓ ଗୀତ ପ୍ରଦର୍ଶନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande