ଶିଶୁ ଦିବସର ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନ
ଶିଶୁ ଦିବସ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଶିଶୁ ଦିବସର

ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର ପ୍ରଥମ

ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ଏବଂ ଶିଶୁ ଦିବସ ଉପଲକ୍ଷେ ସମସ୍ତ

ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅନ୍ତର ରୁ ଭଲ ପାଇବା ଜଣାଉଛି । ଆମର ଏହି କୁନି କୁନି

ଶିଶୁମାନେ ହିଁ ଆଗାମୀ କାଲିର ଭାରତ ଓ ଓଡ଼ିଶାର ଭବିଷ୍ୟତ। ସେମାନଙ୍କ ସ୍ୱପ୍ନକୁ ସାକାର କରିବା

ଏବଂ ସଠିକ୍ ମାର୍ଗଦର୍ଶନ ଯୋଗାଇବା ଆମ ସମସ୍ତଙ୍କର ଏକାନ୍ତ କର୍ତ୍ତବ୍ୟ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଶିଶୁମାନେ ହେଉଛନ୍ତି ଆମ ରାଷ୍ଟ୍ରର

ଭବିଷ୍ୟତ । ସେମାନଙ୍କ ହସ, ସ୍ୱପ୍ନ ଓ ନିରୀହ ଶୈଶବକୁ ସୁରକ୍ଷିତ ରଖିବା ସହ ସେମାନଙ୍କୁ ଉତ୍ତମ

ଶିକ୍ଷା, ସ୍ନେହ ଓ

ସୁଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଶିଶୁ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ

ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande