ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଚଂଳ ଉପନିର୍ଦ୍ଦେଶକଙ୍କ ଯାଜପୁର ଜିଲା କାର୍ଯ୍ୟାଳୟ ପରିଦର୍ଶନ
ଧର୍ମଶାଳା,୧୪ନଭେମ୍ବର(ହି.ସ.) - ସୂଚନା ଓ ଲୋକ ସମ୍ପର୍କ ବିଭାଗର କେନ୍ଦ୍ରାଚଂଳଳ ଉପନିର୍ଦ୍ଦେଶକ ଆଶୁତୋଷ ପାଇକରାୟ ଶନିବାର ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମୀକ୍ଷା
ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଚଂଳ ଉପନିର୍ଦ୍ଦେଶକଙ୍କ ଯାଜପୁର ଜିଲା କାର୍ଯ୍ୟାଳୟ ପରିଦର୍ଶନ


ଧର୍ମଶାଳା,୧୪ନଭେମ୍ବର(ହି.ସ.) - ସୂଚନା ଓ ଲୋକ ସମ୍ପର୍କ ବିଭାଗର କେନ୍ଦ୍ରାଚଂଳଳ ଉପନିର୍ଦ୍ଦେଶକ ଆଶୁତୋଷ ପାଇକରାୟ ଶନିବାର ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ସହ କାର୍ଯ୍ୟର ସୁପରିଚାଳନା ଓ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ପରାମର୍ଶ ଓ ମାଗଦର୍ଶର୍ନ ପ୍ରଦାନ କରିଥିଲେ । ପରିଦର୍ଶନ ସମୟରେ ଉପନିର୍ଦ୍ଦେଶକ ଶ୍ରୀ ପାଇକରାୟ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର କାଗଜପତ୍ର, ସାଧାରଣ ଭଣ୍ଡାର, ଡାକବାଜି ଯନ୍ତ୍ର ଭଣ୍ଡାର ଏବଂ ସୂଚନା କେନ୍ଦ୍ର ଓ ପାଠାଗାରର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଥିଲେ । ଏଥିସହ କମର୍ଚାରୀଙ୍କ ସେବା ପୁସ୍ତିକା, ବିଲ୍ ରେଜିଷ୍ଟର, ଛୁଟି ଦରଖାସ୍ତ ରେଜିଷ୍ଟର, ବୁକ୍ ଫାଇଲ୍ ଆଦି ଯାଂଚ କରିଥିଲେ । ପାଠାଗାରକୁ ଅଧିକ ସମୃଦ୍ଧ ଓ ପାଠକ ଉପଯୋଗୀ କରିବା ଉଦ୍ଦେଶ୍ୟରେ ନିୟମିତ ଖବରକାଗଜ ସହ ବିଭିନ୍ନ ପତ୍ରିକା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ ପତ୍ରିକାର ବିକ୍ରୟ ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ । ଜିଲାରେ କାର୍ଯ୍ୟ ସଂପାଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ସେ ଆବଶ୍ୟକ ମାଗଦର୍ଶନ କରିଥିଲେ । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ପଦକ୍ଷେପଗୁଡ଼ିକର ସଠିକ୍, ନିରପେକ୍ଷ ଓ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅବିନାଶ ସାଗର ଉପର୍ନେିଦ୍ଦଶକଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ଓ ଉପଲବ୍ଧି ସଂପର୍କରେ ଅବଗତ କରାଇଥିଲେ । ଏଥିରେ କାର୍ଯ୍ୟାଳୟର ଭଣ୍ଡାର ରକ୍ଷକ ସତ୍ୟଜିତ ନାୟକ, ଗ୍ରନ୍ଥାଗାରିକ ତାପସ କୁମାର ଗିରି, ଶାନ୍ତନୁ କୁମାର ସାହୁ ଓ ରତିକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟାଳୟ ପରିର୍ଦଶନ ପରେ ଉପର୍ନେିଦ୍ଦଶକ ଶ୍ରୀ ପାଇକରାୟ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରିବା ସହ ପୂର୍ଜାଚ୍ଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande