
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଛଠ ମହାପର୍ବର
ଦ୍ୱିତୀୟ ଦିନର ପବିତ୍ର ଖର୍ଣ୍ଣାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ଛଠ ମହାପର୍ବର ଦ୍ୱିତୀୟ ଦିନର ପବିତ୍ର
ଖର୍ଣ୍ଣା ଅବସରରେ ସମସ୍ତ ବ୍ରତଧାରୀ ଓ ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆସ୍ଥା, ଶ୍ରଦ୍ଧା ଓ ପବିତ୍ରତାର ଏହି ପବିତ୍ର ପର୍ବରେ ଛଠୀ ମାଆ ସମସ୍ତଙ୍କ
ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦ ଭରିଦିଅନ୍ତୁ। ସମସ୍ତ ବ୍ରତଧାରୀଙ୍କ ୩୬ ଘଣ୍ଟିଆ
ନିର୍ଜଳା ଉପବାସ ସଫଳ ଓ ମଙ୍ଗଳମୟ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା