
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଶ୍ରୀ ଗୁରୁ ଗୋବିନ୍ଦ
ସିଂହ ଜୀଙ୍କ ଜ୍ୟୋତି-ଜ୍ୟୋତ ଦିବସରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
। ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଶିଖ ଧର୍ମର ଦଶମ ଗୁରୁ ତଥା
ଖାଲସା ପନ୍ଥର ପ୍ରତିଷ୍ଠାତା, ସାହସ, ତ୍ୟାଗ ଓ ଧର୍ମନିଷ୍ଠାର ପ୍ରତୀକ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ
ଜ୍ୟୋତି-ଜ୍ୟୋତ ଦିବସ ଅବସରରେ ତାଙ୍କୁ ଶତ ଶତ ପ୍ରଣାମ। ତାଙ୍କର ଅଦମ୍ୟ ସାହସ, ଆଧ୍ୟାତ୍ମିକ
ଚିନ୍ତନ ଏବଂ ସତ୍ୟ, ନ୍ୟାୟ ଓ ମାନବତା ପ୍ରତି ସମର୍ପଣ ସର୍ବଦା ସମାଜକୁ ପ୍ରେରଣା ଯୋଗାଇ
ଆସିବ। ତାଙ୍କର ମହାନ ଜୀବନ ଓ ଆଦର୍ଶ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା