ଛୋଟରାୟପୁର ଶାସନରେ ମା' ବରୁଣେଇ କଲ୍ୟାଣ ମଣ୍ଡପ ଉଦଘାଟିତ
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଚିଲିକା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ହରିପୁର ଗ୍ରାମପଂଚାୟତ ଅର୍ନ୍ତଗତ ଛୋଟରାୟପୁର ଶାସନ ଠାରେ ମା'' ବରୁଣେଇ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଛନ୍ତି ପୂର୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ହେବା ଦ୍ୱାରା ସ୍ଥାନୀ
jkgl


ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଚିଲିକା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ହରିପୁର ଗ୍ରାମପଂଚାୟତ ଅର୍ନ୍ତଗତ ଛୋଟରାୟପୁର ଶାସନ ଠାରେ ମା' ବରୁଣେଇ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଛନ୍ତି ପୂର୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଏହି ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ହେବା ଦ୍ୱାରା ସ୍ଥାନୀୟ ଅଂଚଳବାସୀଙ୍କ ସାମାଜିକ ଉତ୍ସବ, ସଭାସମିତି ଏବଂ ବିଭିନ୍ନ ଶୁଭ କାର୍ଯ୍ୟ ପାଇଁ ଥିବା ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡ଼ା. ବିଭୂତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ୪ ନଂ ଜୋନ୍ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ହରିପୁର ଗ୍ରା: ପର ସରପଂଚ, ପ୍ରତାପେଶ୍ୱର ମଣ୍ଡଳ ସଭାପତିଙ୍କ ସମେତ ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ ଓ ଜନସାଧାରଣ ବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande