ମୋବାଇଲ ଇ-ସେବା ଭ୍ୟାନ ଜରିଆରେ ନିଶୁଳ୍କ ଆଇନ ସେବା ପରାମର୍ଶ ନିମିତ୍ତ ସଚେତନତା
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରଦତ୍ତ ମୋବାଇଲ ଇ-ସେବା ଭ୍ୟାନଟିକୁ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲାଲଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନ୍ୟାୟାଳୟ ନଳାଙ୍ଗ, ଭଦ୍ରକ ପରିସରରେ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ନ୍
mobail e seba van udghatita


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରଦତ୍ତ ମୋବାଇଲ ଇ-ସେବା ଭ୍ୟାନଟିକୁ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲାଲଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନ୍ୟାୟାଳୟ ନଳାଙ୍ଗ, ଭଦ୍ରକ ପରିସରରେ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ, ଓକିଲ ଗଣ ଉପସ୍ଥିତ ରହିଥିଲେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ କୋର୍ଟ କମ୍ପେ୍ଲକ୍ସକୁ ଯିବାର ଆବଶ୍ୟକତା କମାଇ ନ୍ୟାୟିକ ସେବାକୁ ଅଧିକ ସୁଲଭ କରିବା। ଯେଉଁମାନେ ଶାରୀରିକ ଭାବେ ଆଦାଲତ ପରିସରକୁ ଯାଇପାରୁନଥିବା ଦିବ୍ୟାଙ୍ଗ, ବୃଦ୍ଧ କିମ୍ବା ଅସୁସ୍ଥ ସାକ୍ଷୀମାନଙ୍କ ପାଇଁ, ସେହିପରି ଦୁର୍ଗମ କିମ୍ବା ଆଦିବାସୀ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଇ-ଫାଇଲିଂ, ଅନଲାଇନ୍ ଆଦାଲତ ଶୁଳ୍କ ପ୍ରଦାନ, ମାମଲାର ସ୍ଥିତି ଯାଞ୍ଚ, ଏବଂ ଇ-ମୁଲାକାତ୍ (ଜେଲ୍ ଭେଟିବା ବୁକିଂ) ଆଦି କାର୍ଯ୍ୟରେ ଏହି ଭ୍ୟାନଟି ସାହାଯ୍ୟ କରେ। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥଙ୍କ ତତ୍ତ୍ୱାବଧାନରେ ଚରମ୍ପା ଓଭର ବ୍ରିଜ୍ ନିକଟରେ ନିଶୁଳ୍କ ଆଇନ ସେବା ପରାମର୍ଶ ନିମିତ୍ତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସହକାରୀ ଦୌରା ଜଜ, ସିଭିଲ କୋର୍ଟ ଭଦ୍ରକ ଜ୍ୟୋତିରଞ୍ଜନ ଦାସ, ପ୍ୟାନେଲ୍ ଓକିଲ, ପି.ଏଲ୍.ଭି. ଗଣ ତଥା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଉପସ୍ଥିତ ରହିଥିଲେ।ଚରମ୍ପାରେ ଐତିହାସିକ କାଳୀପୂଜା ସବୁଠାରୁ ପ୍ରସିଦ୍ଧ ଏବଂ ଏହି ବିଶାଳ କାଳୀ ପୂଜା ଉତ୍ସବରେ ସାମୁଦାୟିକ ସମାବେଶ ହେଉଥିବାରୁ ଆଇନ ସେବା ପ୍ରାଧିକରଣର ଭୂମିକା ସମ୍ପର୍କରେ ଅବଗତ କରାଇବା ତଥା ଶିଶୁମାନଙ୍କୁ ସୁରକ୍ଷା ଅନ୍ତର୍ଗତ ସୁରକ୍ଷିତ ବଚପନ ତଥା ଶିଶୁଙ୍କ ଅଧିକାର ଓ ସୁରକ୍ଷା ଆଇନ, ନିଶା ନିବାରଣ ନିମିତ୍ତ ସଚେତନତା ଏବଂ ଲୋକମାନଙ୍କ ଭିତରେ ନିଶୁଳ୍କ ଆଇନ ସେବା ପରାମର୍ଶ ନିମିତ୍ତ ଏହି ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande