ପୁରୀରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ପୁରୀ, ୧୪ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜିଲ୍ଲାରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା, କଲ୍ୟାଣ ଏ
ପୁରୀରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ମହିଳା ସୁରକ୍ଷା, ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସେବା ସମୀକ୍ଷା ବୈଠକ ଅନୁଷ୍ଠିତ


ପୁରୀ, ୧୪ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜିଲ୍ଲାରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା, କଲ୍ୟାଣ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ତଥା ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା | ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପି.ଏମ.ସି. କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଜିଲ୍ଲା ମୁଖ୍ୟ ଚିକି୍ସାଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l

ବୈଠକ ଅବସରରେ ପୁରୀ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଜୀବିକା ଅର୍ଜନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସମୀକ୍ଷା କରାଯାଇଥିଲା l ବ୍ୟାଙ୍କ ସଂଯୋଗ ମାଧ୍ୟମରେ କ୍ରମାଗତ ଋଣ ପ୍ରସାର ଜରିଆରେ ୨୦୨୫-୨୬ ଆର୍ଥିକ ବର୍ଷରେ ସର୍ବାଧିକ ୧,୩୭,୩୨୦.୪୦ ଲକ୍ଷ ଟଙ୍କା ଋଣ ପରିମାଣ ହାତକୁ ନିଆଯାଇଛି l ହାରାହାରି ଋଣ ଆକାର ୮.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଦ୍ୟାଳୟ ଓ ପ୍ରାକ୍-ବିଦ୍ୟାଳୟ ପୋଷାକ ପ୍ରସ୍ତୁତି, ହର ଘର ତିରଙ୍ଗା ଅଭିଯାନ, ଆହାର କେନ୍ଦ୍ର ପରିଚାଳନା, ମାଛ ଚାଷ, କୁକୁଡ଼ା ଓ ଛେଳି ପାଳନ, ମଶରୁମ ଏବଂ ପନିପରିବା ଚାଷ ସଫଳତାର ସହ କରାଯାଉଛି l

ମିଶନ ଶକ୍ତି କାଫେ, ମିଲେଟ୍ ଶକ୍ତି କାଫେ, ଆମ ହସ୍ପିଟାଲ୍ କାଫେ, ବିଦ୍ୟୁତ୍ ବିଲ୍ ସଂଗ୍ରହ, ସ୍ୱଚ୍ଛ ସାଥୀ କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବା ପରିଚାଳନାରେ ମହିଳାମାନେ ସଫଳତାର ସହ ନେତୃତ୍ୱ ନେଉଛନ୍ତି l ପଟ୍ଟଚିତ୍ର, କାଠ ଖେଳନା, ପେପର ମାଚେ, ଜୁଟ୍ ଏବଂ କୋଇର୍ କ୍ରାଫ୍ଟ ଭଳି ପାରମ୍ପରିକ ହସ୍ତଶିଳ୍ପର ପ୍ରୋତ୍ସାହନ ସାଙ୍ଗସାଙ୍ଗେ 'ଡିଜି ଶକ୍ତି' ମାଧ୍ୟମରେ ଡିଜିଟାଲ୍ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଜିଲ୍ଲାରେ ମହିଳାମାନଙ୍କୁ ଏକ ସୁରକ୍ଷିତ, ନିରାପଦ ଏବଂ ସହାୟକ ପରିବେଶ ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରୟାସ ଏବଂ ମହିଳାମାନଙ୍କ ସଶକ୍ତିକରଣର ଏହି ସଫଳତାକୁ କମିଶନ ପକ୍ଷରୁ ବେଶ୍ ପ୍ରଶଂସା କରାଯାଇଥିଲା l ବୈଠକରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବା ଓ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ‘ନିରୀକ୍ଷଣ’ ଆପ୍ଲିକେସନ୍ ର ଉପଯୋଗିତା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା l ପୁରୀ ଜିଲ୍ଲାପାଳ ଅଧ୍ୟକ୍ଷାଙ୍କୁ ‘ନିରୀକ୍ଷଣ’ ଆପ୍ଲିକେସନ୍ ସମ୍ପର୍କରେ ଅବଗତ କରାଇଥିଲେ l ଏହି ଆପ୍ଲିକେସନ୍ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ନିୟମିତ ତଦାରଖ ଏବଂ ସ୍ୱାସ୍ଥ୍ୟ ସେବାର ସୁପରିଚାଳନା କରାଯାଇଥାଏ l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande