ସ୍ୱାସ୍ଥ୍ୟ ସେବା ଶିବିର ଉଦଯାପିତ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଂଚାୟତରେ ଗାନ୍ଧୀ ସେବା ପ୍ରତିଷ୍ଠାନ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି! ଅନୁଷ୍ଠାନର ସଭାପତି ଅଖିଳ ମୋହନ ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ଏହି ସ୍ୱାସ୍ଥ୍ୟ ଶିବିରରେ ସମ୍ପାଦକ ତଥା ଆଇନଜୀବି ପବନ ଶର୍ମା ଡ଼ ଦିନେଶ କୁମାର ଶ
swastha seba sibira


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଂଚାୟତରେ ଗାନ୍ଧୀ ସେବା ପ୍ରତିଷ୍ଠାନ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି! ଅନୁଷ୍ଠାନର ସଭାପତି ଅଖିଳ ମୋହନ ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ଏହି ସ୍ୱାସ୍ଥ୍ୟ ଶିବିରରେ ସମ୍ପାଦକ ତଥା ଆଇନଜୀବି ପବନ ଶର୍ମା ଡ଼ ଦିନେଶ କୁମାର ଶର୍ମାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ! ଏହି ଶିବିରରେ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା!ଏହି ଅ୍ୱସରରେ ଆଇନଜୀବି ହରହର ଧଳ ଓ ରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା! ଏହି ଶିବିରକୁ ସମାଜସେବୀ ବିଦ୍ୟାଧର ବାରିକ, ୍ୱିଶାଲ ଲଖନୀ, ଅଜୟ ଧଳ,ସରୋଜ ଦାସ,ଉତ୍ପଳ କାନ୍ତି ଦାସ,ସରୋଜ ଅଧିକାରୀ ପରିଚଳନାରେ ସହଯୋଗ କରିଥିଲେ!

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande