ଦାବି ପୂରଣ ନହେଲେ ବିଧାନସଭା ଘେରିବାକୁ ଶିକ୍ଷକ ସଂଘର ଚେତାବନୀ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ଘୋଷଣାରେ କୌଣସି ନୂତନତ୍ବ ନାହିଁ କହିଛି ପ୍ରାଥମିକ ଶିକ୍ଷକ ସଂଘ | ପ୍ରାଥମିକ ଶିକ୍ଷକ ସଂଘର କୌଣସି ଦାବି ପୂରଣ ହୋଇ ନାହିଁ ବୋଲି କହିଛି ସଂଘ | ଆମକୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉ, ଛ ବର୍ଷର ଠ
ଦାବି ପୂରଣ ନହେଲେ ବିଧାନସଭା     ଘେରିବାକୁ ଶିକ୍ଷକ ସଂଘର ଚେତାବନୀ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ଘୋଷଣାରେ କୌଣସି ନୂତନତ୍ବ

ନାହିଁ କହିଛି ପ୍ରାଥମିକ ଶିକ୍ଷକ ସଂଘ | ପ୍ରାଥମିକ ଶିକ୍ଷକ ସଂଘର

କୌଣସି ଦାବି ପୂରଣ ହୋଇ ନାହିଁ ବୋଲି କହିଛି ସଂଘ | ଆମକୁ କେନ୍ଦ୍ରୀୟ

ହାରରେ ଦରମା ଦିଆଯାଉ, ଛ ବର୍ଷର ଠିକା କାର୍ଯ୍ୟକାଳକୁ ଛଅଟି ନ୍ୟାସନାଲ

ଇନକ୍ରି ମେଣ୍ଟ ଦିଆଯାଉ, ଏକ ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି

ପଡିଛି, ଏହାକୁ ତୁରନ୍ତ ପୂରଣ କରନ୍ତୁ ବୋଲି ଦାବି କରିଛି ସଂଘ |

ଯଦି ଏହି ସବୁ ଦାବି ତୁରନ୍ତ ପୂରଣ ନ କରନ୍ତି ସରକାର ତେବେ ବିଧାନସଭା ଘେରାଉ

କରିବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande