ବିଶ୍ୱ ମଧୁମେହ ଦିବସରେ ଜନସଚେତନତା ସୃଷ୍ଟି କରିବାକୁ ବିରୋଧୀ ଦଳ ନେତାଙ୍କ ଆହ୍ୱାନ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ ଦିବସରେ ଜନସଚେତନତା ସୃଷ୍ଟି କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ମଧୁମେହ ଆଜିର ସମୟର ଏକ ପ୍ରମୁଖ ସ୍ୱାସ୍ଥ୍ୟଗତ ଆହ୍ୱାନ, ଯାହ
ଡାଇବେଟିସ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ

ଦିବସରେ ଜନସଚେତନତା ସୃଷ୍ଟି କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ମଧୁମେହ ଆଜିର ସମୟର ଏକ ପ୍ରମୁଖ

ସ୍ୱାସ୍ଥ୍ୟଗତ ଆହ୍ୱାନ, ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଓ ସେମାନଙ୍କ ପରିବାରକୁ

ପ୍ରଭାବିତ କରୁଛି।

ବିଶ୍ୱ ମଧୁମେହ ଦିବସ ଅବସରରେ

ଆସନ୍ତୁ, ଏହି ରୋଗ

ସମ୍ପର୍କରେ ଜନସଚେତନତା ପ୍ରସାର କରିବା ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ

ସଂକଳ୍ପ ନେବା, ଯାହାଦ୍ୱାରା ମଧୁମେହରେ ପୀଡ଼ିତ ବ୍ୟକ୍ତିମାନେ ମଧ୍ୟ ଏକ ସୁସ୍ଥ ଓ

ଉତ୍ତମ ଜୀବନଯାପନ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande