ଭୁଟାନର ଶକ୍ତିମନ୍ତ୍ରୀଙ୍କ ସହ ଭୂପେନ୍ଦ୍ର ଯାଦବଙ୍କ ବୈଠକ, ପର୍ବତ ସଂରକ୍ଷଣ ଓ ସ୍ୱଚ୍ଛ ଶକ୍ତି ସହଯୋଗ ଉପରେ ଆଲୋଚନା
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ତୁର୍କୀର ଅନ୍ତାଲ୍ୟାରେ ଆୟୋଜିତ କୋପ୍-୩୧ ସମ୍ମିଳନୀ ଅବସରରେ ଭୁଟାନର ଶକ୍ତି ଓ ପ୍ରାକୃତିକ ସମ୍ପଦ ମନ୍ତ୍ରୀ ଲ୍ୟୋନପୋ ସୋନମ ତାଶିଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ପର୍ବତ ସଂରକ୍ଷ
केंद्रीय पर्यावरण, वन एवं जलवायु परिवर्तन मंत्री भूपेंद्र यादव ने की भूटान के ऊर्जा एवं प्राकृतिक संसाधन मंत्री ल्योनपो सोनम ताशी के साथ बैठक


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ତୁର୍କୀର ଅନ୍ତାଲ୍ୟାରେ ଆୟୋଜିତ କୋପ୍-୩୧ ସମ୍ମିଳନୀ ଅବସରରେ ଭୁଟାନର ଶକ୍ତି ଓ ପ୍ରାକୃତିକ ସମ୍ପଦ ମନ୍ତ୍ରୀ ଲ୍ୟୋନପୋ ସୋନମ ତାଶିଙ୍କ ସହ ବୈଠକ କରିଛନ୍ତି।

ଏହି ବୈଠକରେ ପର୍ବତ ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସରେ ବୈଠକର ଫଟୋ ସେୟାର କରି କହିଛନ୍ତି ଯେ, ଉଭୟ ପକ୍ଷ ଜଳବାୟୁ ଆଲୋଚନା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମତ ବିନିମୟ କରିଥିଲେ। ଏହି ଅବସରରେ ପର୍ବତାଂଚଳର ଜଳବାୟୁ ସହନଶୀଳତା ବୃଦ୍ଧି, ଜୈବ ବିବିଧତାର ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ଚର୍ଚ୍ଚା ହୋଇଥିଲା।

ସେ କହିଛନ୍ତି ଯେ, ଭାରତ ଓ ଭୁଟାନ ମଧ୍ୟରେ ଥିବା ବନ୍ଧୁତା ଏବଂ ସହଯୋଗର ସ୍ୱତନ୍ତ୍ର ସମ୍ପର୍କକୁ ଆଧାର କରି ଏହି କ୍ଷେତ୍ରଗୁଡ଼ିକରେ ପାରସ୍ପରିକ ସହଭାଗିତାକୁ ଆହୁରି ସୁଦୃଢ଼ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande