ଯୁବା ସୋମନାଥ ଯାତ୍ରାକୁ ଶେଖାୱତ ଦେଖାଇଲେ ସବୁଜ ପତାକା, ୧୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯାତ୍ରାରେ ସାମିଲ
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶୁକ୍ରବାର ସଫଦରଜଙ୍ଗ ରେଳ ଷ୍ଟେସନରୁ ‘ଯୁବା ସୋମନାଥ ଯାତ୍ରା’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୋମନାଥ ସ୍ୱାଭିମାନ ପର୍ବ ଅଧୀନରେ ଆୟୋଜିତ ଏହି ସ୍ୱତନ୍ତ୍ର ଯାତ୍ରାରେ ବିଭିନ୍ନ କଲ
केंद्रीय संस्कृति एवं पर्यटन मंत्री गजेंद्र सिंह शेखावत ने शुक्रवार को सफदरजंग रेलवे स्टेशन से ‘युवा सोमनाथ यात्रा’ को हरी झंडी दिखाकर रवाना किया।


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶୁକ୍ରବାର ସଫଦରଜଙ୍ଗ ରେଳ ଷ୍ଟେସନରୁ ‘ଯୁବା ସୋମନାଥ ଯାତ୍ରା’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୋମନାଥ ସ୍ୱାଭିମାନ ପର୍ବ ଅଧୀନରେ ଆୟୋଜିତ ଏହି ସ୍ୱତନ୍ତ୍ର ଯାତ୍ରାରେ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନର ୧୧୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଯୁବପିଢ଼ିଙ୍କୁ ଭାରତର ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ଯୋଡ଼ିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।ଏହି ଅବସରରେ ଶେଖାୱତ କହିଥିଲେ ଯେ, ଏକ ହଜାର ବର୍ଷ ମଧ୍ୟରେ ବାରମ୍ବାର ଆକ୍ରମଣ ସତ୍ୱେ ସୋମନାଥ ମନ୍ଦିର ଆଜି ମଧ୍ୟ ଭାରତର ସାଂସ୍କୃତିକ ଐତିହ୍ୟ ଓ ଆସ୍ଥାର ପ୍ରତୀକ ଭାବେ ଦଣ୍ଡାୟମାନ ରହିଛି। ପୂର୍ବ ପିଢ଼ିର ଲୋକମାନେ ନିଜ ଆସ୍ଥା ସହିତ ଦେଶର ସମୃଦ୍ଧ ପରମ୍ପରା ଓ ଐତିହ୍ୟର ମଧ୍ୟ ସୁରକ୍ଷା କରିଥିଲେ। ସୋମନାଥର ଇତିହାସ ଭାରତର ଆସ୍ଥା, ସଂଘର୍ଷ କରିବାର କ୍ଷମତା ଏବଂ ସାଂସ୍କୃତିକ ନିରନ୍ତରତାକୁ ପ୍ରତିଫଳିତ କରେ।ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ଏହା ଏକ ସାଧାରଣ ଯାତ୍ରା ନୁହେଁ, ବରଂ ଭାରତର ସଂଘର୍ଷ ଓ ଗୌରବମୟ ଇତିହାସକୁ ବୁଝିବାର ଏକ ସୁଯୋଗ। ଯୁବପିଢ଼ି ଦେଶର ବୌଦ୍ଧିକ ସମ୍ପଦ, ସ୍ଥାପତ୍ୟ କଳା ଏବଂ ସାଂସ୍କୃତିକ ଉପଲବ୍ଧି ପାଇଁ ଗର୍ବ ଅନୁଭବ କରିବା ଉଚିତ।ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସମର ନନ୍ଦା କହିଛନ୍ତି ଯେ, ସୋମନାଥ ସ୍ୱାଭିମାନ ପର୍ବ ଅଧୀନରେ ଏପର୍ଯ୍ୟନ୍ତ ୧୭ଟି ରାଜ୍ୟର ୩୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ସୋମନାଥ ମହାଦେବଙ୍କ ଦର୍ଶନ କରିସାରିଛନ୍ତି। ୨୦୨୬ ମେ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ୭୫ତମ ବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା।ଯାତ୍ରା ଆରମ୍ଭ ପୂର୍ବରୁ ରେଳ ଷ୍ଟେସନରେ ‘ସାଧୋ ବ୍ୟାଣ୍ଡ’ ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ଏନ୍ସିସିର ମହିଳା କ୍ୟାଡେଟ୍ମାନେ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହାଦ୍ୱାରା ଷ୍ଟେସନରେ ଆଧ୍ୟାତ୍ମିକ ଓ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ଏହି ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ସଫଦରଜଙ୍ଗ ରେଳ ଷ୍ଟେସନରୁ ଗୁଜରାଟର ଭେରାଭଲ ଜଙ୍କସନ ପର୍ଯ୍ୟନ୍ତ ଚଳାଚଳ କରିବ। ସେଠାରୁ ଛାତ୍ରଛାତ୍ରୀମାନେ ସୋମନାଥ ମନ୍ଦିରରେ ପହଂଚି ଏହାର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ୱକୁ ନିକଟରୁ ଜାଣିବାର ସୁଯୋଗ ପାଇବେ।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande