ହର କି ପୌଡ଼ିରେ ‘କର୍ମୋଁ କା ଫଲ୍’ର ସୁଟିଂ, ଅନୁପ ଜଲୋଟା କହିଲେ- ଯେମିତି କର୍ମ, ସେମିତି ଫଳ
ହରିଦ୍ୱାର, ୨୦ ନଭେମ୍ବର (ହି.ସ.)- ଭଜନ ସମ୍ରାଟ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗାୟକ ଅନୁପ ଜଲୋଟା ହରିଦ୍ୱାରର ପବିତ୍ର ହର କି ପୌଡ଼ିଠାରେ ଆଗାମୀ ଶୋ’ ‘କର୍ମୋଁ କା ଫଲ୍’ର ସୁଟିଂ କରିଛନ୍ତି। ଦିନେଶ ଅସୋପାଙ୍କ ଦ୍ୱାରା ନିର୍ମିତ ଏହି ଶୋ’ ଭକ୍ତିଦ୍ୱାର ଟେଲିଭିଜନ ଓଟିଟି ପାଇଁ ପ୍ରସ୍ତୁତ କରାଯା
हर की पैड़ी पर अनूप जलोटा वह फिल्म से जुड़े अन्य लोग


ହରିଦ୍ୱାର, ୨୦ ନଭେମ୍ବର (ହି.ସ.)- ଭଜନ ସମ୍ରାଟ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗାୟକ ଅନୁପ ଜଲୋଟା ହରିଦ୍ୱାରର ପବିତ୍ର ହର କି ପୌଡ଼ିଠାରେ ଆଗାମୀ ଶୋ’ ‘କର୍ମୋଁ କା ଫଲ୍’ର ସୁଟିଂ କରିଛନ୍ତି। ଦିନେଶ ଅସୋପାଙ୍କ ଦ୍ୱାରା ନିର୍ମିତ ଏହି ଶୋ’ ଭକ୍ତିଦ୍ୱାର ଟେଲିଭିଜନ ଓଟିଟି ପାଇଁ ପ୍ରସ୍ତୁତ କରାଯାଉଛି। ଜୀବନର ଶାଶ୍ୱତ ସତ୍ୟ ‘ଯେମିତି କର୍ମ, ସେମିତି ଫଳ’କୁ ପ୍ରତିଫଳିତ କରୁଥିବା ପ୍ରେରଣାଦାୟକ କାହାଣୀଗୁଡ଼ିକୁ ସାମ୍ନାକୁ ଆଣିବା ଏହି ଶୋ’ର ଉଦ୍ଦେଶ୍ୟ।

ଶୋ’ର ଭାବନା ସମ୍ପର୍କରେ ଅନୁପ ଜଲୋଟା କହିଛନ୍ତି, “ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଯାହା ବି କରୁ, ତାହାର ପରିଣାମ କୌଣସି ନା କୌଣସି ରୂପରେ ନିଶ୍ଚିତ ଭାବେ ପାଇଥାଉ। ଏହି କାହାଣୀଗୁଡ଼ିକ ମାଧ୍ୟମରେ ଦର୍ଶକମାନେ ସତ୍କର୍ମର ମହତ୍ୱ ବୁଝିପାରିବେ ଏବଂ ଦୈନନ୍ଦିନ ଜୀବନ ପାଇଁ ଶିକ୍ଷା ଲାଭ କରିପାରିବେ। ସମାଜକୁ ଏକ ସାର୍ଥକ ବାର୍ତା ଦେଉଥିବା ଏଭଳି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବାରୁ ମୁଁ ଖୁସି।

‘କର୍ମୋଁ କା ଫଲ୍’ର ମୁଖ୍ୟ ବିଷୟବସ୍ତୁ ହେଉଛି, ବ୍ୟକ୍ତିର କର୍ମ ଓ ତା’ର ନିଷ୍ପତି ହିଁ ତା’ ଜୀବନର ଦିଗ ନିର୍ଦ୍ଧାରଣ କରିଥାଏ। ବିଭିନ୍ନ କାହାଣୀ ମାଧ୍ୟମରେ ଏହି ବିଚାରକୁ ଆକର୍ଷଣୀୟ ଓ ସରଳ ଢଙ୍ଗରେ ଦର୍ଶକଙ୍କ ନିକଟରେ ପହଂଚାଯିବ, ଯାହାଦ୍ୱାରା ସେମାନେ ନିଜ କର୍ମ ସମ୍ପର୍କରେ ଚିନ୍ତା କରିପାରିବେ।

ନିର୍ଦ୍ଦେଶକ ଜୟଦେବ ଚକ୍ରବର୍ତୀ କହିଛନ୍ତି, “‘କର୍ମୋଁ କା ଫଲ୍’ର ପ୍ରତ୍ୟେକ କାହାଣୀରେ ଏକ ବାର୍ତା ରହିଛି। ଆକର୍ଷଣୀୟ ପରିସ୍ଥିତି ଓ ଚରିତ୍ର ମାଧ୍ୟମରେ ମଣିଷକୁ ନିଜର ପ୍ରତ୍ୟେକ କର୍ମର ଫଳ ଭୋଗିବାକୁ ପଡ଼େ ବୋଲି ଦେଖାଇବା ଆମର ଉଦ୍ଦେଶ୍ୟ। ମନୋରଞ୍ଜନଧର୍ମୀ କାହାଣୀ ମାଧ୍ୟମରେ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବାକୁ ଆମେ ପ୍ରୟାସ କରୁଛୁ।”

ଜୟଦେବ ଚକ୍ରବର୍ତୀ ଟେଲିଭିଜନର ଅନେକ ଧାରାବାହିକ ଓ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇସାରିଛନ୍ତି। ପ୍ରତ୍ୟେକ ଏପିସୋଡ୍କୁ ମନୋରଞ୍ଜନ ସହିତ ଏକ ସାର୍ଥକ ବାର୍ତା ପ୍ରଦାନ କରୁଥିବା ଭଳି କରିବାକୁ ସେ ଚାହୁଁଛନ୍ତି।

ନିର୍ମାତା ଦିନେଶ ଅସୋପା କହିଛନ୍ତି, “ଭକ୍ତିଦ୍ୱାର ଓଟିଟି ମାଧ୍ୟମରେ ଆମେ ଭଜନ, ଭକ୍ତି କାର୍ଯ୍ୟକ୍ରମ, ଧାର୍ମିକ ଓ ଐତିହାସିକ କାହାଣୀ ସହିତ ସାର୍ଥକ ମନୋରଞ୍ଜନ ପ୍ରଦାନ କରିବାକୁ ଚାହୁଁଛୁ। ‘କର୍ମୋଁ କା ଫଲ୍’ ଏହି ଚିନ୍ତାଧାରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ଏହି ଶୋ’ର ଟିମ୍ରେ ନିର୍ମାତା ଦିନେଶ ଅସୋପା, ନିର୍ଦ୍ଦେଶକ ଜୟଦେବ ଚକ୍ରବର୍ତୀ, କ୍ରିଏଟିଭ୍ ହେଡ୍ ଭାବନା ଶର୍ମା ଏବଂ ଲେଖକ ଗୋପାଳ ବର୍ମା ସାମିଲ ଅଛନ୍ତି। ହର କି ପୌଡ଼ି ଭଳି ପବିତ୍ର ସ୍ଥାନରେ ସୁଟିଂ ହେବା ଯୋଗୁଁ ଏହି ପ୍ରକଳ୍ପକୁ ଏକ ସ୍ୱତନ୍ତ୍ର ପରିବେଶ ମିଳିଛି। ଏହାର ସରଳ ଓ ଜୀବନ ସହ ଜଡ଼ିତ କାହାଣୀ ସବୁ ବୟସର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ଶୋ’ର ମୂଳ ବାର୍ତା ହେଉଛି, “କର୍ମ କରିବା ଜରୁରୀ, କାରଣ ପ୍ରତ୍ୟେକ କର୍ମର ନିଜସ୍ୱ ଫଳ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande