ଦେବ ଉଠନୀ ଏକାଦଶୀ ଅବସରରେ ଲୋକସଭା ବାଚସ୍ପତିଙ୍କ ସମେତ ଅନ୍ୟ ନେତାମାନେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଏକାଦଶୀର ପବିତ୍ର ପର୍ବ ''ଦେବ ଉଠନୀ ଏକାଦଶୀ'' ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ବିର୍ଲା ସୋସିଆଲ ମିଡିଆ
प्रतीकात्मक


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଏକାଦଶୀର ପବିତ୍ର ପର୍ବ 'ଦେବ ଉଠନୀ ଏକାଦଶୀ' ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ବିର୍ଲା ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଲେଖିଛନ୍ତି, ଭାରତୀୟ ସାହିତ୍ୟ ଏବଂ ପ୍ରାଚୀନ ଧାର୍ମିକ ପରମ୍ପରାରେ ଦେବ ଉଠନୀ ଏକାଦଶୀର ବିଶେଷ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଏହା ସେହି ପବିତ୍ର ଅବସର, ଯେଉଁଦିନ ଭଗବାନ ଶ୍ରୀହରି ବିଷ୍ଣୁ ନିଜ ଯୋଗନିଦ୍ରାରୁ ଜାଗ୍ରତ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ଦିନଠାରୁ ଚାତୁର୍ମାସର ସମାପ୍ତି ହୋଇଥାଏ ଏବଂ ବିବାହ ସମେତ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ ହୁଏ। ତୁଳସୀ ବିବାହର ପରମ୍ପରା ଏହି ପର୍ବକୁ ଆହୁରି ସ୍ୱତନ୍ତ୍ର କରିଥାଏ।

ଏହି ଉତ୍ସବ ଆମ ସନାତନ ଜୀବନଶୈଳୀରେ ପ୍ରକୃତି, ଉପାସନା, ପାରିବାରିକ ମୂଲ୍ୟବୋଧ ଏବଂ ସାମାଜିକ କଲ୍ୟାଣ ମଧ୍ୟରେ ଥିବା ସୁନ୍ଦର ସମନ୍ୱୟକୁ ପ୍ରତିଫଳିତ କରେ। ଦେବ ଉଠନୀ ଏକାଦଶୀର ଏହି ପବିତ୍ର ଅବସର ଆମକୁ ନୂତନ ଶକ୍ତି, ଶୁଭ ସଂକଳ୍ପ ଏବଂ ସକାରାତ୍ମକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। ଭଗବାନ ଶ୍ରୀହରି ବିଷ୍ଣୁଙ୍କ କୃପାରୁ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ବିରାଜମାନ କରୁ। ଆମ ସନାତନ ପରମ୍ପରାର ଏହି ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ସମାଜରେ ସଦ୍ଭାବନା, ସମନ୍ୱୟ ଏବଂ ଜନକଲ୍ୟାଣର ଭାବନାକୁ ଆହୁରି ସୁଦୃଢ଼ କରୁ। ଆମ ରାଷ୍ଟ୍ର ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ସର୍ବାଙ୍ଗୀଣ ବିକାଶର ପଥରେ ଆଗେଇ ଚାଲୁ।

ରାଜନାଥ ସିଂହ କହିଛନ୍ତି ଯେ, ଭାରତୀୟ ସଂସ୍କୃତି ଏବଂ ଆସ୍ଥାରେ ଦେବ ଉଠନୀ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ଶ୍ରୀହରି ବିଷ୍ଣୁ ନିଜ ଯୋଗନିଦ୍ରାରୁ ଜାଗ୍ରତ ହୁଅନ୍ତି ଏବଂ ଶୁଭକାର୍ଯ୍ୟର ଶୁଭାରମ୍ଭ ହୁଏ ବୋଲି ବିଶ୍ୱାସ ରହିଛି। ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ସହ ପ୍ରତ୍ୟେକ ପରିବାରର ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ବୋଲି ସେ କାମନା କରିଛନ୍ତି।

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଏବଂ ମାତା ତୁଳସୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏହା ହିଁ ତାଙ୍କର ପ୍ରାର୍ଥନା।

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ, ଦେବ ଉଠନୀ ଏକାଦଶୀ ଏବଂ ତୁଳସୀ ବିବାହ ଅବସରରେ ସଂସାରର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ଚରଣରେ ସେ ସାଷ୍ଟାଙ୍ଗ ପ୍ରଣାମ ଜଣାଉଛନ୍ତି।

କେନ୍ଦ୍ରୀୟ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ତୁଳସୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୌଭାଗ୍ୟ ଆସୁ। ସମସ୍ତ ଶୁଭକାର୍ଯ୍ୟର ଏହି ମଙ୍ଗଳମୟ ଆରମ୍ଭ ସମସ୍ତଙ୍କ ପାଇଁ ସୌଭାଗ୍ୟ ଆଣିଦେଉ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande