ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଜବାବ ଦାଖଲ କଲେ ବ୍ରଜଭୂଷଣ ଶରଣ ସିଂହ
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ ହେବା ବିରୋଧରେ ଦାଖଲ ଆବେଦନ ଉପରେ ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ସ୍ପେଶାଲ ଜଜ୍ ଦିଗ୍ବିଜୟ ସିଂହ ଏହି ମାମଲାରେ ମହିଳା କୁସ୍ତି
ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଜବାବ ଦାଖଲ କଲେ ବ୍ରଜଭୂଷଣ ଶରଣ ସିଂହ


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ ହେବା ବିରୋଧରେ ଦାଖଲ ଆବେଦନ ଉପରେ ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ସ୍ପେଶାଲ ଜଜ୍ ଦିଗ୍ବିଜୟ ସିଂହ ଏହି ମାମଲାରେ ମହିଳା କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପାଇଁ ନଭେମ୍ବର ୨୭ ଓ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ବ୍ରଜଭୂଷଣ ଶରଣ ସିଂହଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପାଇଁ ଡିସେମ୍ବର ୫ ଓ ୯ ତାରିଖ ଧାର୍ଯ୍ୟ କରାଯାଇଛି।

ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ସେପ୍େଟମ୍ବର ୨୮ ତାରିଖରେ ବ୍ରଜଭୂଷଣ ଶରଣ ସିଂହ ଏବଂ ଭାରତୀୟ କୁସ୍ତି ସଂଘର ପୂର୍ବତନ ସଚିବ ବିନୋଦ ତୋମରଙ୍କୁ ନୋଟିସ୍ ଜାରି କରିଥିଲେ। ଚାରିଜଣ ମହିଳା କୁସ୍ତିଯୋଦ୍ଧା ରାଉଜ୍ ଆଭେନ୍ୟୁ କୋର୍ଟର ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଅଗଷ୍ଟ ୩ ତାରିଖର ଆଦେଶକୁ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶ ଭୁଲ୍ ଏବଂ ଏହି ରାୟ ଚୟନିତ ପ୍ରମାଣ ଆଧାରରେ ଦିଆଯାଇଛି। ଆବେଦନରେ କୁହାଯାଇଛି ଯେ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande