ଆଡଭୋକେଟ୍ ହରଜିନ୍ଦର ସିଂହ ଧାମୀ କ୍ରମାଗତ ଷଷ୍ଠ ଥର ପାଇଁ ଏସ୍ଜିପିସିର ସଭାପତି ନିର୍ବାଚିତ
ଅକାଳ ତଖ୍ତ ସାହିବର ଜଥେଦାର ନୂତନ କମିଟିକୁ ଜଣାଇଲେ ଅଭିନନ୍ଦନ ଚଣ୍ଡୀଗଡ଼, ୨୦ ନଭେମ୍ବର (ହି.ସ.)। ଶିଖମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି)ର ବାର୍ଷିକ ନିର୍ବାଚନରେ ଶୁକ୍ରବାର ବର୍ତ୍ତମାନର ସଭାପତି ଆଡଭୋକେଟ୍ ହରଜିନ୍ଦର ସିଂହ ଧାମୀ କ୍ରମାଗତ
हरजिंदर सिंह धामी


- ଅକାଳ ତଖ୍ତ ସାହିବର ଜଥେଦାର ନୂତନ କମିଟିକୁ ଜଣାଇଲେ ଅଭିନନ୍ଦନ

ଚଣ୍ଡୀଗଡ଼, ୨୦ ନଭେମ୍ବର (ହି.ସ.)। ଶିଖମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି)ର ବାର୍ଷିକ ନିର୍ବାଚନରେ ଶୁକ୍ରବାର ବର୍ତ୍ତମାନର ସଭାପତି ଆଡଭୋକେଟ୍ ହରଜିନ୍ଦର ସିଂହ ଧାମୀ କ୍ରମାଗତ ଷଷ୍ଠ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି। ଅମୃତସରସ୍ଥିତ ଏସ୍ଜିପିସି ମୁଖ୍ୟାଳୟର ତେଜା ସିଂହ ସମୁନ୍ଦ୍ରୀ ହଲ୍ରେ ଅନୁଷ୍ଠିତ ନିର୍ବାଚନରେ ଧାମୀଙ୍କ ନାମରେ ସର୍ବସମ୍ମତି ପ୍ରକାଶ ପାଇଥିଲା।

ଏସ୍ଜିପିସିର ମୋଟ ୧୯୦ ଜଣିଆ ସଦସ୍ୟ ବିଶିଷ୍ଟ ସଦନରେ ଏଥର କେବଳ ୧୩୮ ଜଣ ସଦସ୍ୟଙ୍କୁ ମତଦାନ ଅଧିକାର ମିଳିଥିଲା। ପାଞ୍ଚ ଜଣ ସିଂହ ସାହିବାନଙ୍କୁ ଭୋଟ୍ ଦେବାର ଅଧିକାର ନଥିଲା। ଅନ୍ୟପକ୍ଷରେ ୩୯ ଜଣ ସଦସ୍ୟଙ୍କ ମୃତ୍ୟୁ, ପାଞ୍ଚ ଜଣଙ୍କ ଇସ୍ତଫା ଏବଂ ତିନି ଜଣ ସଦସ୍ୟଙ୍କ ଉପରେ ସଦନ ବୈଠକରେ ଯୋଗଦେବାକୁ କଟକଣା ଲାଗିଥିବାରୁ ମୋଟ ୪୭ ଜଣ ସଦସ୍ୟ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲେ। ଏହା ସତ୍ତ୍ୱେ ଧାମୀଙ୍କ ନାମରେ ସର୍ବସମ୍ମତି ହୋଇଥିଲା।

ନିର୍ବାଚନ ପୂର୍ବରୁ ସଭାପତି ପଦ ପାଇଁ ପ୍ରାର୍ଥୀ ଚୟନ କରିବାର ଅଧିକାର ଶିରୋମଣି ଅକାଳୀ ଦଳ (ବାଦଲ)ର ସଭାପତି ସୁଖବୀର ସିଂହ ବାଦଲଙ୍କୁ ଦିଆଯାଇଥିଲା। ଗତ କିଛି ଦିନ ଧରି ଆଲୋଚନା ହେଉଥିଲା ଯେ, ନିକଟରେ ଅକାଳୀ ଦଳରେ ସାମିଲ ହୋଇଥିବା ବିବି ଜାଗୀର କୌରଙ୍କୁ ଏଥର ଏସ୍ଜିପିସିର ସଭାପତି କରାଯାଇପାରେ। ତେବେ ତାଙ୍କ ନାମରେ ସହମତି ହୋଇପାରିନଥିଲା ଏବଂ ଶେଷ ମୁହୂର୍ତ୍ତରେ ପୁଣିଥରେ ହରଜିନ୍ଦର ସିଂହ ଧାମୀଙ୍କୁ ସଭାପତି ନିର୍ବାଚିତ କରାଯାଇଥିଲା।

ଧାମୀଙ୍କ ବ୍ୟତୀତ ରଘୁଜିତ ସିଂହ ବିର୍କଙ୍କୁ ବରିଷ୍ଠ ଉପସଭାପତି, ଗୁରବକ୍ଷ ସିଂହ ଖାଲସାଙ୍କୁ କନିଷ୍ଠ ଉପସଭାପତି ଏବଂ ଗୁରପ୍ରୀତ ସିଂହ ଝବ୍ବରଙ୍କୁ ମହାସଚିବ ଭାବେ ନିର୍ବାଚିତ କରା

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande