
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କର ମାର୍ଗଦର୍ଶନ ଗ୍ରହଣ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଉତରାଖଣ୍ଡର ସମୃଦ୍ଧ ଲୋକକଳା, ସଂସ୍କୃତି ଏବଂ ସ୍ଥାନୀୟ ଉତ୍ପାଦ ସହ ଜଡ଼ିତ ବିଶେଷ ଉପହାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମଲାରୀର ପାରମ୍ପରିକ ହସ୍ତନିର୍ମିତ କୋଟ୍ ପଟ୍ଟି, ଡୋରଖା (ଉଲ୍ରେ ତିଆରି ପୋଷାକ), ଉତରାଖଣ୍ଡର ଶୁଦ୍ଧ ମହୁ, ବଦ୍ରିନାଥର ଘିଅ, ହର କି ଦୁନ୍ର ରାଜମା ଏବଂ ଲାଲ ଚାଉଳ ଉପହାର ଦେଇଥିଲେ। ଏହା ସହିତ ହରିଦ୍ୱାର କୁମ୍ଭମେଳା-୨୦୨୭ର ଭବ୍ୟତାକୁ ପ୍ରତିଫଳିତ କରୁଥିବା ମା’ ଗଙ୍ଗାଙ୍କ ଏକ ପ୍ରତିକୃତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଶକ୍ତ, ସକ୍ଷମ ଏବଂ ଆତ୍ମନିର୍ଭର ଭାରତର ଶିଳ୍ପୀ ବୋଲି ଅଭିହିତ କରି କହିଥିଲେ ଯେ ତାଙ୍କର ଦୃଢ଼ ସଂକଳ୍ପ ଓ ନେତୃତ୍ୱରେ ଦେଶ ବିକାଶ ଏବଂ ସୁଶାସନର ନୂଆ ମାନଦଣ୍ଡ ସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ ଯୁବକ, ମହିଳା ଏବଂ ବରିଷ୍ଠ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି।
ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଉତରାଖଣ୍ଡର ବିକାଶ ଏବଂ ରାଜ୍ୟର ଲୋକକଳା, ପରମ୍ପରା ଓ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଜାତୀୟ ସ୍ତରରେ ପରିଚୟ ଦେବା ପାଇଁ ପ୍ରେରଣାଦାୟକ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ