
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)- କାବେରୀ ନଦୀରୁ ୧୧ ହଜାର ନିୟୁତ ଘନଫୁଟ ଜଳ ଛାଡ଼ିବା ନେଇ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେବା ଲାଗି ତାମିଲନାଡ଼ୁ ସରକାରଙ୍କ ଦୁଇଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ପିଟିସନ୍ କୁ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତାମିଲନାଡୁ ସରକାର ନିଜର ଆବେଦନରେ କର୍ଣ୍ଣାଟକକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ତୁରନ୍ତ କାବେରୀ ନଦୀର ୧୧ ଟି.ଏମ୍.ସି. ଜଳ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏଥି ସହିତ, କର୍ଣ୍ଣାଟକ-ତାମିଲନାଡୁ ସୀମାରେ ନଦୀ କୂଳରେ ଥିବା ମୁଖ୍ୟ ଜଳ ପରିମାପକ କେନ୍ଦ୍ର ବିଲିଗୁଣ୍ଡୁଲୁରେ ଆଗାମୀ ୧୦ ଦିନ ପାଇଁ ପ୍ରତିଦିନ ୧.୩ ଟି.ଏମ୍.ସି. ଜଳ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା।
ଅକ୍ଟୋବର ୧୨ ରେ, ସୁପ୍ରିମକୋର୍ଟ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ଦୁଇଟି ପିଟିସନ୍ ଉପରେ ରାୟ ସଂରକ୍ଷିତ ରଖିଥିଲେ।
କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, କାବେରୀ ନଦୀର ୧୧ ଟିଏମସି ଫୁଟ ଜଳ ଛାଡ଼ିବା ପାଇଁ ତାମିଲନାଡ଼ୁର ଦାବି ପୂରଣ କରିବା କଷ୍ଟକର ହେବ କାରଣ ଚଳିତ ବର୍ଷ ବର୍ଷାର ଅଭାବ ରହିଛି ଏବଂ ଅନେକ ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ