
ପୌଡ଼ି, ୨୦ ନଭେମ୍ବର (ହି.ସ.) ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ବିୟୋଗରେ ପୌଡ଼ି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଶୁକ୍ରବାର ଉତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ୱର ବ୍ଲକ୍ ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ପଂଚୁରଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସାବିତ୍ରୀ ଦେବୀଙ୍କ ବିୟୋଗରେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ, ହରିଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର ସମ୍ଭାବନା ରହିଛି।
ପୌଡ଼ି ବିଧାୟକ ରାଜକୁମାର ପୋରୀ ମଧ୍ୟ ସାବିତ୍ରୀ ଦେବୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ସେ କହିଛନ୍ତି ଯେ, ମାଆଙ୍କ ସ୍ନେହ, ମମତା ଓ ଆଶୀର୍ବାଦ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପତି। ମାଆଙ୍କ ସ୍ଥାନ କେହି ନେଇପାରିବେ ନାହିଁ ଏବଂ ତାଙ୍କ ବିଚ୍ଛେଦ ଏପରି ଏକ ଅପୂରଣୀୟ କ୍ଷତି, ଯାହାର ଭରଣା କରିବା ସମ୍ଭବ ନୁହେଁ।
ସେ କହିଛନ୍ତି ଯେ, ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ ସମୟ। ବିଧାୟକ ମାଆ ଗଙ୍ଗାଙ୍କ ନିକଟରେ ଦିବଂଗତ ଆତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମଗ୍ର ପରିବାରକୁ ଏହି କଠିନ ସମୟରେ ଦୁଃଖ ସହିବାର ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି।
--------------------
ହିନ୍ଦୁସ୍ଥାନ ସମାଚାର / ଗଗନ