ନଭେମ୍ବର ୨୧ ଓ ୨୨ ତାରିଖରେ ମହାରାଷ୍ଟ୍ର ଓ ତାମିଲନାଡୁ ଗସ୍ତରେ ରହିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ୨୧ ଓ ୨୨ ନଭେମ୍ବରରେ ମହାରାଷ୍ଟ୍ର ଏବଂ ତାମିଲନାଡୁ ଗସ୍ତରେ ଯିବେ। ଏହି ଅବସରରେ ସେ ପୁଣେଠାରେ ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ୍ (ଡିମ୍ଡ୍ ୟୁନିଭର୍ସିଟି)ର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଏହାପରେ ଚେନ୍ନାଇଠାରେ ନେଲ୍ଲାଇ ନ
उपराष्ट्रपति सीपी राधाकृष्णन (फाइल फोटो )


ନୂଆଦିଲ୍ଲୀ, ୨୦ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ୨୧ ଓ ୨୨ ନଭେମ୍ବରରେ ମହାରାଷ୍ଟ୍ର ଏବଂ ତାମିଲନାଡୁ ଗସ୍ତରେ ଯିବେ। ଏହି ଅବସରରେ ସେ ପୁଣେଠାରେ ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ୍ (ଡିମ୍ଡ୍ ୟୁନିଭର୍ସିଟି)ର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଏହାପରେ ଚେନ୍ନାଇଠାରେ ନେଲ୍ଲାଇ ନାଦର ମାଟ୍ରିକୁଲେସନ୍ ହାୟର ସେକେଣ୍ଡାରୀ ସ୍କୁଲ୍ର ୪୨ତମ ବାର୍ଷିକ ଉତ୍ସବରେ ସାମିଲ ହେବେ।

ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସି.ପି. ରାଧାକୃଷ୍ଣନ ୨୧ ନଭେମ୍ବରରେ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ।

ଏହାପରେ ସେ ଚେନ୍ନାଇ ଗସ୍ତ କରିବେ। ସେଠାରେ ୨୨ ନଭେମ୍ବରରେ ନେଲ୍ଲାଇ ନାଦର ମାଟ୍ରିକୁଲେସନ୍ ହାୟର ସେକେଣ୍ଡାରୀ ସ୍କୁଲ୍ର ୪୨ତମ ବାର୍ଷିକ ଦିବସ ସମାରୋହରେ ଯୋଗଦେବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande