
ନୂଆଦିଲ୍ଲୀ, ୨୦ ନଭେମ୍ବର(ହି.ସ.) – ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଶୁକ୍ରବାର କହିଛନ୍ତି ଯେ ସମ୍ବିଧାନରେ ପ୍ରତିଷ୍ଠିତ ମୂଲ୍ୟବୋଧକୁ ମଜବୁତ କରିବା ପାଇଁ ନାଗରିକମାନଙ୍କୁ ସେମାନଙ୍କ ଅଧିକାର ସହିତ କର୍ତବ୍ୟର ଗୁରୁତ୍ୱକୁ ବୁଝିବାକୁ ପଡ଼ିବ। ଗଣତନ୍ତ୍ର କେବଳ ସେତେବେଳେ ଶକ୍ତିଶାଳୀ ହେବ ଯେତେବେଳେ ଅନୁଷ୍ଠାନଗୁଡ଼ିକ ଉତରଦାୟୀ ହେବେ, ଭିନ୍ନମତକୁ ସମ୍ମାନ ଦିଆଯିବ ଏବଂ ନାଗରିକମାନେ ସେମାନଙ୍କର ଅଧିକାର ଏବଂ କର୍ତବ୍ୟକୁ ଦାୟିତ୍ୱର ସହ ନିର୍ବାହ କରିବେ। ସେ କହିଥିଲେ ଯେ ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଦେଶର ଗଣତନ୍ତ୍ର ପାଇଁ ଏକ ନୈତିକ ମାର୍ଗଦର୍ଶକ।
ଉପରାଷ୍ଟ୍ରପତିଙ୍କ ସଚିବାଳୟ ଅନୁଯାୟୀ, ସମ୍ବିଧାନ କ୍ଲବରେ ବେନେଟ୍ ବିଶ୍ୱବିଦ୍ୟାଳୟର ଆଇନ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପଂଚମ ସମ୍ବିଧାନ ସପ୍ତାହ ଉତ୍ସବ ୨୦୨୬କୁ ରାଧାକ୍ରିଷ୍ଣନ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ସମ୍ବିଧାନିକ ମୂଲ୍ୟବୋଧ କେବଳ ଅନୁଷ୍ଠାନ ଏବଂ ଆଇନ୍ ପୁସ୍ତକ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ଏହା ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ହେବା ଉଚିତ।
ସେ କହିଥିଲେ ଯେ ପାଖାପାଖି ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି ଏବଂ ଗରିବଙ୍କ ପାଇଁ ୪ କୋଟି ପକ୍କା ଘର ନିର୍ମାଣ କରାଯାଇଛି। ଜଳ ଜୀବନ ମିଶନ ଅଧିନରେ ଗ୍ରାମୀଣ ଟ୍ୟାପ୍ ଜଳ କଭରେଜ୍ ୮୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏକଦା ବିକାଶ ଦୌଡ଼ରେ ପଛଘୁଂଚା ଦେଉଥିବା ସୀମାନ୍ତବର୍ତୀ ଗ୍ରାମଗୁଡ଼ିକ ଏବେ ଜୀବନ୍ତ ଗ୍ରାମ ଭାବେ ଉଭା ହେଉଛନ୍ତି। ଉପରାଷ୍ଟ୍ରପତି ଏହି ସଫଳତାଗୁଡ଼ିକର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହୋଇଥିବା ପରିବର୍ତନକୁ ଦେଇଛନ୍ତି।
ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖ କରି ଉପରାଷ୍ଟ୍ରପତି ସମ୍ବିଧାନ ସଭାର ୧୫ ଜଣ ମହିଳା ସଦସ୍ୟଙ୍କ ଅବଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ନାରୀ ଶକ୍ତି ବନ୍ଦନା ଅଧିନିୟମ ଭଳି ପଦକ୍ଷେପ ତାଙ୍କ ଲକ୍ଷ୍ୟକୁ ଆଗକୁ ବଢ଼ାଉଛି। ଦେଶରେ ମହିଳାମାନେ ଆଉ କେବଳ ବିକାଶର ହିତାଧିକାରୀ ନୁହନ୍ତି, ବରଂ ବିକାଶକୁ ଆଗେଇ ନେବାରେ ସକ୍ରିୟ ଅଂଶଗ୍ରହଣକାରୀ ହେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି