ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କଲା ଜଗବନ୍ଧୁ ଜରାଶ୍ରମ
ଭୁବନ, ୩ ନଭେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଲାମଣ୍ଡପ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଜନୈକ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ସହାୟତା ଯୋଗାଇ ଦେଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗବନ୍ଧୁ ଜରାଶ୍ରମ ।
ପାଣ୍ଡବ ବେହେରା


ଭୁବନ, ୩ ନଭେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଲାମଣ୍ଡପ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଜନୈକ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ସହାୟତା ଯୋଗାଇ ଦେଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗବନ୍ଧୁ ଜରାଶ୍ରମ ।

ପ୍ରାପ୍ତ ସୂଚନାନୁଯାୟୀ, ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ପାଣ୍ଡବ ବେହେରା (୫୦) ଜଣେ ସମ୍ପୂର୍ଣ ମାନସିକ ଅନଗ୍ରସର ବ୍ୟକ୍ତି ଅଟନ୍ତି । ହାଟ ବଜାରରେ ବୁଲି ମାଗି ଯାଚି ଖାଇ ଏଠି ସେଠି ଶୁଅନ୍ତି । ଗତ କିଛି ଦିନ ହେଲା ତାଙ୍କ ପାଦଟି ସମ୍ପୂର୍ଣ ପଚି ସଢି ଦୁର୍ଗନ୍ଧ ହେଉଥିବା ସହ ଏକ ପରିତ୍ୟକ୍ତ ସ୍ଥାନରେ ମୁମୂର୍ଷୁ ଅବସ୍ଥାରେ ପଡିରହିଥିଲେ । ଏ ସମ୍ପର୍କରେ ଖବର ପାଇ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଯୁବ ସମାଜସେବୀ ଆଶୁତୋଷ ମିଶ୍ର ନିଜ ଟିମ୍ ସହ ମାନସିକ ଅନଗ୍ରସର ବ୍ୟକ୍ତି ପାଣ୍ଡବକୁ ଉଦ୍ଧାର କରି ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ( ସଂକ୍ରମଣ ୱାର୍ଡ) ରେ ଭର୍ତ୍ତି କରାଇଥିଲେ । ଉକ୍ତ ରୋଗୀକୁ ଭୁବନରୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମେଡିକାଲ ଅଫିସର୍ ଡା. ରମେଶ କୁମାର ସାହୁଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଡାକ୍ତର ସାହୁ କର୍ଣ୍ଣପାତ କରିନଥିଲେ। ଦୁଇ ତିନି ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ଏ ଡି ଏମ୍ ରେଭେନ୍ୟୁ ରମେଶ ଚନ୍ଦ୍ର ସେଠୀଙ୍କ ହସ୍ତକ୍ଷେପ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସମାଜସେବୀ ଆଶୁତୋଷ ମିଶ୍ର ଏକ ପ୍ରେସ ବିବୃତିରେ ଜିଲ୍ଲା ପ୍ରଶାସନ(ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ)ଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଜିଲ୍ଲାରେ ସମସ୍ତ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ର ସଭ୍ୟ/ ସଭ୍ୟା ମାନଙ୍କୁ ଉପଯୁକ୍ତ ସେବା ତାଲିମ ପ୍ରଦାନ କରି ଏକ ସୁସ୍ଥ ସମୃଦ୍ଧ ସୁନ୍ଦର ସମାଜ ଗଠନ ଦିଗରେ ସହାୟକ ହେବାକୁ ନିବେଦନ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande