୧୪ ଲିଟର ଦେଶୀ ମଦ ଜବତ
ଭୁବନ, ୧୮, ମାର୍ଚ୍ଚ (ହି.ସ.) - ଭୁବନ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଆଜି ବୁଧବାର ୧୪ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗ୍ରାମର କାଳନ୍ଦି ସାହୁ ନିୟମିତ ଭାବେ ଦେଶୀ ମଦ କାରବାର କରୁଥ
୧୪ ଲିଟର ଦେଶୀ ମଦ ଜବତ


ଭୁବନ, ୧୮, ମାର୍ଚ୍ଚ (ହି.ସ.) - ଭୁବନ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଆଜି ବୁଧବାର ୧୪ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗ୍ରାମର କାଳନ୍ଦି ସାହୁ ନିୟମିତ ଭାବେ ଦେଶୀ ମଦ କାରବାର କରୁଥିଲେ। ଏ ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ସଦଳ ବଳେ ଚଢ଼ାଉ କରି କୁନିନ୍ଦା ଗ୍ରାମର କାଳନ୍ଦି ସାହୁଙ୍କ ଠାରୁ ୧୪ ଲିଟର ଦେଶୀ ମଦ ଜବତ କରିଥିଲେ । ଅଭିଯୁକ୍ତ କାଳନ୍ଦି ସାହୁଙ୍କ ନାମରେ କେଶ୍ ନଂ ୧୮୯/୨୫-୨୬ ଦଫା ୩୫ (୩) ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande