କୁକର୍ମକାରୀକୁ ୨୦ ବର୍ଷ ଜେଲ
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ ନାବାଳିକାକୁ ଅପହରଣ, ବଳତ୍କାର, ଯୌନଶୋଷଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉକ୍ତ କେସରେ କେନ୍ଦ୍ରାପଡ଼ା ଅଦାଲତର ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ଞା ପରମିତା ରାଉଳ ମାମଲାର ଶୁଣାଣୀ କରି ଆସା
କୁକର୍ମକାରୀକୁ ୨୦ ବର୍ଷ ଜେଲ


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ ନାବାଳିକାକୁ ଅପହରଣ, ବଳତ୍କାର, ଯୌନଶୋଷଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉକ୍ତ କେସରେ କେନ୍ଦ୍ରାପଡ଼ା ଅଦାଲତର ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ଞା ପରମିତା ରାଉଳ ମାମଲାର ଶୁଣାଣୀ କରି ଆସାମୀ ପିତାମ୍ବର ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ଜେଲ୍ଦଣ୍ଡ ସହ ୫୦ ହଜାର ଜରିମାନା କରିଛନ୍ତି। ଏହି ମାମଲାରୁ ପ୍ରକାଶ ଯେ, ଗତ ୨୦୨୪ ଜାନୁଆରୀ ମାସରେ ନାବାଳିକାକୁ ଅପହରଣ କରିନେଇ ବଳତ୍କାର କରିଥିବା ନାବାଳିକାର ପରିବାର ଘଟଣାକୁ ନେଇ ଥାନାରେ ଅଭିଯୋଗ କରିିଥିଲେ। ସାକ୍ଷୀ ପ୍ରମାଣକୁ ଆଧାର କରି ଅଦାଲତ ଆସାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ନେହେରୁ କୁମାର ସାହୁ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande