ବ୍ରହ୍ମପୁର ସହର ଅପରାଧିଙ୍କ ହବ ପାଲଟିଛି
ଗଂଜାମ, 18 ମାର୍ଚ୍ଚ (ହି.ସ.) ଵ୍ରହ୍ମପୁର ସ଼ହର ଅପରାଧୀଙ୍କ ହବ୍ ପାଲଟିଛି। କିଛିଦିନ ହେଲା ସହରରେ ଲୁଟତରାଜ ଗୋଷ୍ଠୀ ସଂଘର୍ଷ, ଚୋରୀ,ଛୁରାମାଡ, ଆକ୍ରମଣ ପ୍ରତି ଆକ୍ରମଣ ଓ ହତ୍ୟା କାଣ୍ଡ ଭଳି ଘଟଣା ଘଟିଚାଲିଛି। ଗତକାଲି ରାତିରେ ପୁଣି ସୁଵାରାଓ ଛକରେ ଦୀନେଶ ପଣ୍ଡା ନାମକ ଜଣେ ଯୁବକକୁ କେତେକ ଦୁର୍ବୃତ୍
ବ୍ରହ୍ମପୁର ସହର ଅପରାଧିଙ୍କ ହବ ପାଲଟିଛି


ଗଂଜାମ, 18 ମାର୍ଚ୍ଚ (ହି.ସ.) ଵ୍ରହ୍ମପୁର ସ଼ହର ଅପରାଧୀଙ୍କ ହବ୍ ପାଲଟିଛି। କିଛିଦିନ ହେଲା ସହରରେ ଲୁଟତରାଜ ଗୋଷ୍ଠୀ ସଂଘର୍ଷ, ଚୋରୀ,ଛୁରାମାଡ, ଆକ୍ରମଣ ପ୍ରତି ଆକ୍ରମଣ ଓ ହତ୍ୟା କାଣ୍ଡ ଭଳି ଘଟଣା ଘଟିଚାଲିଛି। ଗତକାଲି ରାତିରେ ପୁଣି ସୁଵାରାଓ ଛକରେ ଦୀନେଶ ପଣ୍ଡା ନାମକ ଜଣେ ଯୁବକକୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ପିଟିଵା ସ଼ହ ଛୁରାମାଡ କରିଛନ୍ତି। ଆହତ ଦିନେଶକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବ୍ରହ୍ମପୁର ପୁଲିସ ଏସପି ଡଃ ସର୍ବଣା ଵିଵେକ ଏମ୍ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande