



ସମ୍ବଲପୁର, ୧୮, ମାର୍ଚ୍ଚ (ହି.ସ.) - ସମାଜରୁ ଏବେ ଧିରେଧିରେ ମାନବିକତା ଉଭେଇ ଗଲାଣି । ହେଲେ ଆଜିର ପାଠ ପଢା ସାରି କିଛି କଲେଜ ଛାତ୍ର ଯେଉଁ କାର୍ଯ୍ୟ କରିଛନ୍ତି ତାହା କାହାରି ନିର୍ଦ୍ଦେଶରେ ନୁହେଁ, ସ୍ୱତଃ ପ୍ରବୃତ ଭାବେ । କଳ କାରଖାନାକୁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି । ହେଲେ ଟିକିଏ ସୁଯୋଗ ମିଳିଲେ ଯେପରି 'ଅଙ୍ଗୁଳି ପ୍ରବେଶରୁ, ବାହା ପ୍ରବେଶ' ସେହିପରି ଆଖପାଖର କୌଣସି କାରାଖାନା ନିଜ ବର୍ଜ୍ୟବସ୍ତୁ ଟନ୍ ଟନ୍ ଆସ୍ (ପାଉଁଶ) କୁଲୁଥୁକାନି ମୁଖ୍ୟ ରାସ୍ତା କଡ଼ରେ ପକାଇ ଚମ୍ପଟ ମାରିଥିଲା । ଜିଲ୍ଲା ପ୍ରଶାସନ ଚାହିଁଛି, ସାଧାରଣ ଲୋକେ ଯା-ଆସ ମଧ୍ୟ କରୁଛନ୍ତି । ହେଲେ ଏହି ଆସ୍ ପବନରେ ଉଠି ବାୟୁ ପ୍ରଦ୍ୟୁଷଣ କରିବା ସହ ରାସ୍ତାସାରା ଖେଳାଇ ଏକ ବିପଦ ସଙ୍କୁଳ ଅବସ୍ଥା ସୃଷ୍ଟି କରୁଥିଲେ ମଧ୍ୟ ସମସ୍ତେ ପ୍ରାୟ ନାଚାର । ସ୍ଥାନୀୟ ଏନ୍ଏସିବି କଲେଜର କିଛି ଛାତ୍ର ଏଭଳି ଦୃଶ୍ୟକୁ ଦେଖି ପ୍ରଶାସନର କଛପ ଗତିର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ତୁରନ୍ତ ସ୍ୱେଛାକୃତ ଭାବେ ହାତରେ ଫାଉଡା ଓ ବକେଟ୍ ଧରି ଧିରେ ଧିରେ ପାଉଁଶ ଗୁଣ୍ଡ ଗୁଡିକୁ ରାସ୍ତାରୁ ଉଠାଇ ନିକଟସ୍ଥ ଏକ ଖାଲୁଆ ଅଂଚଳରେ ପକାଇଥିବା ଦେଖିବାକୁ ମିଳିଥିଲା । କଲେଜ ଛାତ୍ରଙ୍କ ଏଭଳି ମାନବିକତା କାର୍ଯ୍ୟ ଦେଖି ଆଖପାଖ ଲୋକଙ୍କ ସମେତ ଦେଖାଣାହାରୀଙ୍କ ମହଲରେ ଏକ ଉଦାହରଣ ପାଲଟିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ