ହାର୍ଡକୋର ଅପରାଧୀ ଟିମା ଝଙ୍କାର ପୁଲିସ ଏନକାଉଣ୍ଟରରେ ଆହତ, ୩ ସହଯୋଗୀ ଗିରଫ

ସମ୍ବଲପୁର, ୧୮, ମାର୍ଚ୍ଚ (ହି.ସ.) ଓଡିଶାର ବିଭିନ୍ନ ଜିଲ୍ଲାରେ ଡାକାୟତି, ଲୁଟ, ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ସହ ଆଲୁମିନିଅମ କଣ୍ଡକ୍ଟର ତାର ଚୋରି ଭଳି ଗୁରୁତର ଅପରାଧରେ ସମ୍ପୃକ୍ତ ହାର୍ଡକୋର ଅପରାଧୀ ଟିମା ଝଙ୍କାର ଓରଫ ଧନେଶ୍ୱର ଝଙ୍କାରକୁ ଆଜି ସକାଳେ ପୋଲିସ ଏନ୍କାଉଣ୍ଟର କରିଛି। ଆହତ ଅବସ୍ଥାରେ ତାକୁ ପୋଲିସ ଗିରଫ କରି ଏବେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।

ପୋଲିସ ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫:୪୫ ବେଳେ ନାକଟିଦେଉଳ ଥାନାର ସ୍ବତନ୍ତ୍ର ପୋଲିସ ସ୍କାର୍ଡ ରେଢ଼ାଖୋଲ ଥାନା ଅଧୀନ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଅଭିଯୁକ୍ତ ଟିମା ଓ ତାର ୩ ଜଣ ସହଯୋଗୀ ଥିବା ସୁରାକ୍ ପାଇବା ପରେ ପୋଲିସ ଅତି ସନ୍ତର୍ପଣରେ ଘଟଣା ସ୍ଥଳକୁ ଯାଇ ତଦାରଖ କରୁଥିବା ।

ଏହି ସମୟରେ ଅଚାନକ ଜଙ୍ଗଲ ଭିତରେ ପୋଲିସକୁ ଦେଖି ଅଭିଯୁକ୍ତ ମାନଙ୍କ ପକ୍ଷରୁ ପୋଲିସ ଉପରକୁ ଗୁଳିଚାଳନ କରିଥିଲେ । ସ୍ୱୟଂରକ୍ଷାରେ ପୋଲିସ ସ୍ବାର୍ଡ ପକ୍ଷରୁ ପାଲଟା ଗୁଳିଚାଳନ କରାଯାଇଥିଲା । ଟିମା ଚମ୍ପଟ ମାରିବା ପୂର୍ବରୁ ତାର ଡାହାଣ ଗୋଡ଼ରେ ପୋଲିସର ଗୋଟିଏ ଗୁଳି ବାଜିବା ପରେ ସେହିଠାରେ ହିଁ ଟିମା ରକ୍ତାକ୍ତ ଅବସ୍ଥାରେ ଆଣ୍ଠେଇ ପଡ଼ିଥିଲା ।

ଅଭିଯୁକ୍ତଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିବାବେଳେ ପୁଲିସ ପକ୍ଷରୁ ମାତ୍ର ୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଘଟଣାସ୍ଥଳରୁ ଟିମାର ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ ସହିତ ଜୀବନ୍ତ ଗୁଳି, ଗୋଟିଏ ବୋଲେରୋ ଗାଡ଼ି, ବିଦ୍ୟୁତ୍ ତାର କାଟିବା ପାଇଁ ତାର କଟର ସହ ଅନ୍ଯାନ୍ୟ କିଛି ବ୍ଯବହୃତ ସାମଗ୍ରୀ ଜବତ କରିଛି। ଆହତ ଅଭିଯୁକ୍ତଙ୍କୁ ତୁରନ୍ତ ରେଢ଼ାଖୋଲ ଉପଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥିତ ଭିମସାରକୁ ପଠାଇ ପରବର୍ତ୍ତୀ ତଦନ୍ତକୁ ପୋଲିସ ଜୋରଦାର କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande