କଂଟାପଡ଼ା ପଂଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – ରାଜକନିକା ଅନ୍ତରୀଷ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର କଂଟାପଡ଼ା ଗ୍ରାମ ପଂଚାୟତରେ ଆଂଚଳିକ ଚକ୍ଷୁ ଚିକିତ୍ସା ଶିବିର ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଜାଛି। ଭୂମିକା ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେ
କଣ୍ଟାପଡା ପଂଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – ରାଜକନିକା ଅନ୍ତରୀଷ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର କଂଟାପଡ଼ା ଗ୍ରାମ ପଂଚାୟତରେ ଆଂଚଳିକ ଚକ୍ଷୁ ଚିକିତ୍ସା ଶିବିର ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଜାଛି। ଭୂମିକା ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା ଓ ଉପଦେଷ୍ଟା ଶ୍ରୀ ଭକ୍ତବତ୍ସଳ ମହାନ୍ତ ମାର୍ଗ ଦର୍ଶନରେ ଅନୁଷ୍ଠିତ। ଉକ୍ତ ଶିବିରରେ କଂଟାପଡ଼ା ପଂଚାୟତର ବାଘବୁଦା, କାଳିକାପୁର, କଂଟାପଡ଼ା, ଚରପଡ଼ା, କୋଠସାହି, କୋଠକେଶ୍ୱର ରାଜଶ୍ୱ ଗ୍ରାମରୁ ୬୩ ଜଣ ବରିଷ୍ଠ ନାଗରିକଙ୍କର ଚକ୍ଷୁ ପରୀକ୍ଷା କରାଯାଇ ପ୍ରାଥମିକ ସେବା ଓ ପରାମର୍ଶ ଯୋଗାଇ ଦିଆଯାଉଛି। ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ରାପଡ଼ା ବୈଷୟୀକ ସ୍ୱାସ୍ଥ୍ୟସେବା ସହାୟତାରେ ଅନୁଷ୍ଠିତ ଶିବିରକୁ ହସ୍ପିଟାଲ୍ ପରିଚାଳକ ଶ୍ରୀ ବଳରାମ ନାୟକ ସଂମ୍ବୋଧନ କରିଥିଲେ। ଭୂମିକା ଚକ୍ଷୁ ଚିକିତ୍ସାଳୟର ଅପଟମ ଶ୍ରୀ ଦେବାଶିଷ ଚକ୍ରବର୍ତୀ, ବିଶିଷ୍ଠ ସ୍ୱାସ୍ଥ୍ୟ ସେବିକା ଝରଣା ଦାସ, କ୍ଷେତ୍ରୀୟ ସ୍ୱାସ୍ଥ୍ୟ ସଙ୍ଗଠକ ପିରୋଦ କୁମାର ବେହେରା ପ୍ରମୁଖ ବରିଷ୍ଠ ନାଗରିକ ଚକ୍ଷୁ ପରୀକ୍ଷା କରି ସେମାନକ ମଧ୍ୟରୁ ୧୨ ଜଣକ ମୋତିଆ ବିନ୍ଦୁ ଚିହ୍ନଟ କରିଥିଲେ ଓ ଜଣେ ରୋଗୀକୁ ଚକ୍ଷୁ ଅସ୍ତ୍ର ଉପଚାର ନିମନ୍ତେ ଭୂମିକା ଚିକିତ୍ସାଳୟ କେନ୍ଦ୍ରାପଡ଼ାକୁ ପ୍ରେରଣ କରିଛନ୍ତି। କଂଟାପଡ଼ା ପଂଚାୟତ ସରପଂଚ ବିଜୟ ଲକ୍ଷ୍ମୀ ବେହେରା ପଂଚାୟତର ସମସ୍ତ ୱାର୍ଡ଼ମେମ୍ବର ଅଂଚଳର ଯୁବ ସମାଜସେବୀ ହୃଷିକେଶ ବେହେରା ସିବିରର ଆୟୋଜନ ରୋଗୀଙ୍କୁ ଆଣିବା ଏବଂ ଚକ୍ଷୁ ଚିକିତ୍ସା କେନ୍ଦ୍ରାପଡ଼ା ପ୍ରେରଣ କରିବା ଓ ଶିବିର ପରିଚାଳନରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande