ବିପଦ ସଙ୍କୁଳ ଅବସ୍ଥାରେ କୋଲାବ ଜଳ ସେଚନ ବିଭାଗର ବ୍ରିଜ
ଜୟପୁର, 18 ମାର୍ଚ୍ଚ (ହି.ସ.) - ଅସୁରକ୍ଷିତ ଅବସ୍ଥାରେ କୋଲାବ ଜଳ ସେଚନ ବିଭାଗ ର ଅନେକ ଶାଖା କେନାଲ | ହେଉନି ମରାମତି ବିପଦ ସଙ୍କୁଳ ଅବସ୍ଥାରେ ଲୋକଙ୍କ ଯାତାୟତ | ବିପଦ ସଙ୍କୁଳ ଅବସ୍ଥାରେ ରହିଛି କୋଲାବ ଜଳ ସେଚନ ବିଭାଗ ର ମାଳମାଳ ବ୍ରିଜ | ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କରିଛନ୍ତି ହଜାର ହଜାର ଜନ
ବିପଦ ସଙ୍କୁଳ ଅବସ୍ଥାରେ ରହିଛି କୋଲାବ ଜଳ ସେଚନ ବିଭାଗ ର  ବ୍ରିଜ


ଜୟପୁର, 18 ମାର୍ଚ୍ଚ (ହି.ସ.) - ଅସୁରକ୍ଷିତ ଅବସ୍ଥାରେ କୋଲାବ ଜଳ ସେଚନ ବିଭାଗ ର ଅନେକ ଶାଖା କେନାଲ | ହେଉନି ମରାମତି ବିପଦ ସଙ୍କୁଳ ଅବସ୍ଥାରେ ଲୋକଙ୍କ ଯାତାୟତ | ବିପଦ ସଙ୍କୁଳ ଅବସ୍ଥାରେ ରହିଛି କୋଲାବ ଜଳ ସେଚନ ବିଭାଗ ର ମାଳମାଳ ବ୍ରିଜ | ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କରିଛନ୍ତି ହଜାର ହଜାର ଜନତା |ରକ୍ଷଣା ବ୍ୟକ୍ଷଣା ର ଅଭାବ ସାଜିବ କି ଭବିଷ୍ୟତ ରେ ଦୁର୍ଘଟଣା ର କାରଣ | କୋରାପୁଟ ଜିଲା ର ଜୟପୁର ସହର ର ଚତୁପାର୍ଶ୍ଵ ରେ ଯାଇଥିବା ଏହି କେନାଲ ଓ କେନାଲ ଉପରେ ଥିବା ଏହି ସବୁ ବ୍ରିଜ କୁ କେମିତି ଭଙ୍ଗା ରୁଜା ଅବସ୍ଥାରେ ପଡି ରହିଛି ଏହି ସବୁ ବ୍ରିଜ | କୌଠି ୱାଲ ଭାଙ୍ଗି ଗଲାଣି ତ ଆଉ କୌଠି ଦବିଗଲାଣି ରାସ୍ତା | ଗତକିଛିଦିନ ତଳେ ରକ୍ଷଣା ବ୍ୟକ୍ଷଣା ଅଭାବରୁ କେମିତି ଭାଙ୍ଗି ପଡିଥିଲା ବାରିଣିପୁଟ ରୁ ପାଟରାଗୁଡା କୁ ସଂଯୋଗ କରୁଥିବା ଏହି ବ୍ରିଜ ଟି | ସୂଚନା ମୁତାବକ ପ୍ରାୟ ୪୨ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ସବୁ ପୋଲ | ବର୍ତମାନ ରକ୍ଷଣାବେକ୍ଷ ଅଭବାରୁ ଭଗବାନ ଭରସାରେ ରହିଛି ଏହି ସବୁ ବ୍ରିଜ | ସରକାରୀ ତଥ୍ୟ ମୁତାବକ ପ୍ରାୟ ଅସି ଶତକ ପାଖାପାଖି କୋରାପୁଟଜିଲ୍ଲା କୁନ୍ଦୁରା,ବୋରିଗୁମ୍ମା ,କୋଟପାଡ ଓ ଜୟପୁର ସହର ରେ ଜଳ ସେଚନ ସୁବିଧା ପାଇଁ ନିର୍ମାଣ ହୋଇଥିଲା ଆନୁମାନିକ 200 ରୁ ଅଧିକା ପୋଲ ବର୍ତମାନ ଏହି ସବୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ | ସବୁଠାରୁ ବଡକଥା କି ବର୍ତମାନ ଭାଙ୍ଗିଯାଇଥିବା ବ୍ରିଜ ଦେଇ ଯାତାୟତ କରୁଥିବା ପ୍ରାୟ 7 ରୁ ଅଧିକା ଗ୍ରାମବାସୀ ମାନେ ଏବେ ଜୟପୁର ସହର ଆସିବା କୁ ହେଲେ ବୁଲିବାକୁ ପଡୁଛି ଏମାନ ଙ୍କୁ ମାଇଲି ମାଇଲି ବାଟ | ବର୍ତମାନ ଏହି ବ୍ରିଜ ସବୁ କୁ ତୁରନ୍ତ ମରାମତି ଲାଗି ଦାବି କରିଛନ୍ତି ଅଞ୍ଚଳ ବାସୀ |

ଅନ୍ୟପଟେ ଦେଖିବାକୁ ଗଲେ ଜଳ ସେଚଗନ ବିଭାଗ ଏହି ସବୁ କେନାଲ ଆର ପାର ପାଇଁ କରିଥିବା ବ୍ରିଜ ଗୁଡିକ ଭାରିଯାନ ପାଇଁ ହୋଇ ନଥିଲା କେବଳ 2 ଚକିଆ ଯାନ କିମ୍ବା ହାଲୁକା ଚାରି ଚକିଆ ଯାନ ଏହି ରାସ୍ତା ଦେଇ ଯାତାୟତ କରି ପାରିବ କିନ୍ତୁ ଅନେକ ବାର ଏହି ବ୍ରିଜ ଦେଇ ଭାରିଯାନ ତା ସହିତ ବାଲି ଓ ପଥର ବୋଝେଇ ଗାଡି ଯିବାରୁ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି | ଅନ୍ୟପଟେ କୋଲାବ ଜଳ ସେଚନ ବିଭାଗ ତରଫରୁ ବ୍ରିଜ ଆରମ୍ଭ ରୁ ସ୍ପଷ୍ଟ ଟ ଭାବେ ସୂଚନା ଦିଆଯାଇଛି କି ଭାରିଯାନ ପ୍ରବେଶ ନିଷେଧ | ବର୍ତମାନ ଏହି ସବୁ ଭାରିଯାନ ଚଳାଚଳ ହି ବ୍ରିଜ ଭାଙ୍ଗିବାର କାରଣ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଜିଲା ପ୍ରଶାସନ ର ଏହି ଘଟଣା କୁ ନେଇ ଦ୍ରୁଷ୍ଟି ଗୋଚର କରିଲା ପରେ ଜିଲ୍ଲାପାଳ ତୁରନ୍ତ ଏହି ସବୁ ବ୍ରିଜ କୁ ମରାମତି କରାଯିବା ସହ ଆବଶ୍ୟକତା ସ୍ଥଳେ ନୂତନ ବ୍ରିଜବି ନିର୍ମାଣ କରାଯିବ ବୋଲି ମଧ୍ୟ କହିଛନ୍ତି | ଯାହାକୁ ନେଇ କୋଲାବ ଜଳ ସେଚନ ବିଭାଗ ତରଫରୁ ଏକ ଯାଞ୍ଚ କାରୀ ଟିମ ପହଞ୍ଚି ସମସ୍ତ ବ୍ରିଜ ର ସ୍ଥିତି କୁ ଯାଞ୍ଚ କରିଛନ୍ତି | ବର୍ତମାନ ସବୁଠାରୁ ବଡକଥା କି କଣ ଦୀର୍ଘବର୍ଷ ଧରି ଯାତାୟତ ର ମାଧ୍ୟମ ସାଜିଥିବା ଏହି ସବୁ ବ୍ରିଜ ର ହେବ କି ମରାମତି କଣ ଆଗକୁ ପୁଣି ଲୋକଙ୍କ ପାଇଁ ଲାଇଫ ଲାଇନ ପାଲଟିବ କି ନବ ନିର୍ମିତ ବ୍ରିଜ ତାକୁ ନେଇ ସମସ୍ତ ଙ୍କ ନଜର ରହିଛି |

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande