ମଧ୍ୟସ୍ଥା କେନ୍ଦ୍ର ସହାୟତାରେ ଯୋଡ଼ା ହେଲା ଭଙ୍ଗା ପରିବାର
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟସ୍ଥା କେନ୍ଦ୍ର ସହାୟତାରେ ଏକ ଭଙ୍ଗା ପରିବାର ଯୋଡି ହୋଇ ପୁନର୍ବାର ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓରିସବନ୍ଧ ଗ୍ରାମର
ମଧ୍ୟସ୍ଥା କେନ୍ଦ୍ର ସହାୟତାରେ ଯୋଡା ହେଲା ଭଙ୍ଗା ପରିବାର


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟସ୍ଥା କେନ୍ଦ୍ର ସହାୟତାରେ ଏକ ଭଙ୍ଗା ପରିବାର ଯୋଡି ହୋଇ ପୁନର୍ବାର ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓରିସବନ୍ଧ ଗ୍ରାମର ସନାତନ ନାଥ ପାଟକୁରା ଥାନା ଅନ୍ତର୍ଗତ କସୋରି ଗ୍ରାମର ସଂନ୍ଧ୍ୟାରାଣୀ ନାଥଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ମନମାଳିନୀ ହେବାରୁ ପରିବାର ଅଦାଲତରେ ଛାଡପତ୍ର ମାମଲା ଦାଏର ହୋଇଥିଲା। ପରିବାର ଅଦାଲତର ବିଚାରପତି ମାମଲାକୁ ମଧ୍ୟସ୍ଥା କେନ୍ଦ୍ରକୁ ହସ୍ତାନ୍ତର କରି ବୁଝାସୁଝା କରିବାକୁ ପଠାଇଥିଲେ। ମଧ୍ୟସ୍ଥା କେନ୍ଦ୍ରର ବରିଷ୍ଠ ଆଇନଜିବୀ ଗଦାଧର ଶତପଥୀ, ସ୍ୱୟଂ ପ୍ରକାଶ ଦାସ, ଅମ୍ରିତା ମିଶ୍ର ପ୍ରମୁଖ ସ୍ୱାମୀ ସ୍ତ୍ରୀଙ୍କୁ ବୁଝାସୁଝା କରାଇବା ପରେ ଉଭୟ ମଧ୍ୟସ୍ଥା କେନ୍ଦ୍ରର ବରିଷ୍ଠ ଆଇନଜିବୀଙ୍କ ମତାମତ ରେ ରାଜି ହୋଇ ପୁନର୍ବାର ଘର ସଂସାର କରିବାକୁ ଖସଖୁସିରେ ଫେରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande