ମାର୍ଚ୍ଚ ୨୮ରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଅଭିଯୋଗ ଶୁଣାଣୀ
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ସହ ଅଣଶିକ୍ଷକ କର୍ମଚାରୀମାନଙ୍କ ସେବାଜନିତ ଓ ପ୍ରାପ୍ୟ ଅଧିକାର ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଆସନ୍ତା ୨୮ ମାର୍ଚ୍ଚ ୨୦୨୬, ଶନିବାର ଦିନ ଏକ ବିଶେ
ମାର୍ଚ୍ଚ ୨୮ରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଅଭିଯୋଗ ଶୁଣାଣୀ


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ସହ ଅଣଶିକ୍ଷକ କର୍ମଚାରୀମାନଙ୍କ ସେବାଜନିତ ଓ ପ୍ରାପ୍ୟ ଅଧିକାର ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଆସନ୍ତା ୨୮ ମାର୍ଚ୍ଚ ୨୦୨୬, ଶନିବାର ଦିନ ଏକ ବିଶେଷ ଅଭିଯୋଗ ଶୁଣାଣି ସଭା ଆୟୋଜିତ ହେବ। ଏହି ସଭା ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୦୦ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ଶୁଣାଣି ସଭାରେ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସେମାନଙ୍କର ସେବା ସମ୍ବନ୍ଧୀୟ ଅଭିଯୋଗ, ପ୍ରାପ୍ୟ ଦାବି, ଅବସରଜନିତ ସୁବିଧା ଓ ଅନ୍ୟାନ୍ୟ ଅଧିକାର ସମ୍ବନ୍ଧୀୟ ସମସ୍ୟା ନେଇ ବ୍ୟକ୍ତିଗତ ଭାବେ ଯୋଗଦେଇ ନିଜ ଅଭିଯୋଗ ଉପସ୍ଥାପନ କରିପାରିବେ। ସଭାରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଡିପିସି ସମଗ୍ର ଶିକ୍ଷା,ବ୍ଲକ ଶିକ୍ଷା ଅଧିକାରୀ ଏବଂ ଏସଏସ ଏବଂ କାର୍ୟ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମ୍ପୃକ୍ତ ଯୋଗ୍ୟ କର୍ମଚାରୀଙ୍କୁ ଏହି ସୁଯୋଗ ନେବା ସହିତ ନିର୍ଦ୍ଧାରିତ ସମୟରେ ସଭାରେ ଯୋଗଦେଇ ନିଜ ଅଭିଯୋଗ ଦାଖଲ କରିବାକୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande