ନିକିରାଇ ଥାନା ବିରୋଧରେ ଏସ୍ପିଙ୍କୁ ଫେରାଦ ହେଲେ ପରିବାର
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧୀନ ନହଙ୍ଗ ପଂଚାୟତ ମାଣିପୁରା ଗ୍ରାମରେ ଏକ ଜମି ଉପରେ ସ୍ଥିତାବସ୍ଥା ଥିବା ସତ୍ୱେ ଗୃହ ନିର୍ମାଣ କାମକୁ କେନ୍ଦ୍ର କରି ଆଜି ଜ୍ୟୋତିର୍ମୟୀ ସାହୁ ସ୍ୱାମୀ କୈଳାଶ ଚନ୍ଦ୍ର ସାହୁ ଏସ୍ପିଙ୍କୁ ଭେଟି ଫେରାଦି ହେବା ସହ ତାଙ୍କ ଅଭିଯୋଗ ପତ
---------------ନିକିରାଇ ଥାନା ବିରୋଧରେ ଏସପିଙ୍କୁ ଫେରାଦ ହେଲେ ପରିବାର


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧୀନ ନହଙ୍ଗ ପଂଚାୟତ ମାଣିପୁରା ଗ୍ରାମରେ ଏକ ଜମି ଉପରେ ସ୍ଥିତାବସ୍ଥା ଥିବା ସତ୍ୱେ ଗୃହ ନିର୍ମାଣ କାମକୁ କେନ୍ଦ୍ର କରି ଆଜି ଜ୍ୟୋତିର୍ମୟୀ ସାହୁ ସ୍ୱାମୀ କୈଳାଶ ଚନ୍ଦ୍ର ସାହୁ ଏସ୍ପିଙ୍କୁ ଭେଟି ଫେରାଦି ହେବା ସହ ତାଙ୍କ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ମାଣିପୁରା ମୌଜାର ଖାତା ନମ୍ବର ୧୨ ଓ ପ୍ଲଟ ନମ୍ବର ୩୧୦ ଏକ ଘରବାଡ଼ି ଜାଗା ଏବଂ ଖାତା ୧୮୦, ପ୍ଲଟ ୩୧୨ ଉପରେ ଏକ ରାସ୍ତା ରହିଛି। ଏହି ଜାଗାକୁ ମଡ଼ାଇ ବଂଶୀଧର ସାହୁଙ୍କ ପୁଅ ବିଶ୍ୱରଞ୍ଜନ ସାହୁ ଗୃହ ନିର୍ମାଣ କରୁଛନ୍ତି। ଏହି ପ୍ଲଟ୍ଗୁଡ଼ିକ ଉପରେ ସିଭିଲ କୋର୍ଟ ପକ୍ଷରୁ ସ୍ଥିତବସ୍ଥା ଜାରି କରାଯାଇଛି। ଏହି ସ୍ଥିତବସ୍ଥା ୨୯/୭/୨୦୨୬ପର୍ଯ୍ୟନ୍ତ ବଳବତର ରହିଛି। କିନ୍ତୁ ଆଇନ୍କୁ ଅମାନ୍ୟ କରି ବଂଶୀଧରଙ୍କ ପରିବାର ଲୋକେ ଘର କାର୍ଯ୍ୟ ଚାଲୁ ରଖିଛନ୍ତି। ଏଥିନେଇ ଜ୍ୟୋତିର୍ମୟୀ ନିକିରାଇ ଥାନାର ଦ୍ୱାରସ୍ତ ହେବା ସହ ଅଭିଯୋଗପତ୍ର ଦେଇଥିବା କହିଛନ୍ତି। କିନ୍ତୁ ଥାନା ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କି କେଶ କରାଗଲା ନାହିଁ। ପୋଲିସର ଏହି ଟାଳଟୁଳ ନୀତି ବଂଶୀଧର ପରିବାର ବର୍ଗଙ୍କୁ ଘର କାମ କରିବାକୁ ପ୍ରୋତ୍ସାହନ ଦେଇଛି। ଯାହାକୁ ନେଇ ଜ୍ୟୋତିର୍ମୟୀ ଆଜି ଏସ୍ପି ସିଦ୍ଧାର୍ଥ କାଟରିୟାଙ୍କୁ ଭେଟି କୋର୍ଟଙ୍କ ନିର୍ଦେଶକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି ଜ୍ୟୋତିର୍ମୟୀ ଓ ତାଙ୍କ ସ୍ୱାମୀ କୈଳାଶ ସାହୁ। ସେ କହିଛନ୍ତି ଯେ ବଂଶୀଧରଙ୍କ ପରିବାର ଘର କାମ ଆରମ୍ଭ ହେବା ଠାରୁ ସ୍ଥିତବସ୍ଥା ନେଇ କୋର୍ଟରୁ ନିର୍ଦେଶ ଜାରି ହୋଇଛି। କିନ୍ତୁ ନିକିରାଇ ପୋଲିସ କାମକୁ ବନ୍ଦ କରିବ କଣ ସବୁ ଜାଣିଶୁଣି ଚୁପ୍ ରହି ପରୋକ୍ଷରେ ଘର କାମ ପାଇଁ ପ୍ରୋତ୍ସାହନ ଦେଉଛି। ଆମ ଜାଗାକୁ ଆଉ ଜଣେ ଆମ ସାମ୍ନାରେ ଦଖଲ କରି ନେଉଛି ଅଥଚ ଆମେ ନିରୁପାୟ ହୋଇ ରହିଛୁ। ଯାହାକୁ ନେଇ ଆମେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛୁ ବୋଲି ଜ୍ୟୋତିର୍ମୟୀ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande