
ବଲାଙ୍ଗିର, 18 ମାର୍ଚ୍ଚ (ହି.ସ.) -ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ବ୍ରହ୍ମଣ ସନ୍ତାନମାନଙ୍କୁ ସାମୁହିକ ଶିଶୁଳ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୪୦ ବର୍ଷ ହେବ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ହୋଇଆସୁଅଛି । ବଲାଙ୍ଗିର ଜିଲ୍ଲା ବିଭିନ୍ନ ବ୍ଲକ ଓ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ବ୍ରାହ୍ମଣ ବାଳକମାନେ ବ୍ରତୋପନୟନ ପାଇଁ ଦରଖାସ୍ତ କରିଥାନ୍ତି ତାହା ଦୁଇ ଜଣ ବ୍ରାହ୍ମଣ ଦେବତା ଚିହ୍ନଟ କରି ସୁପାରିଶ କରିବା ପରେ ମହାସଭାର କାର୍ଯ୍ୟକାରୀ ପରିଷଦ ଦ୍ୱାରା ଚୁଡାନ୍ତ ନିଷ୍ପତ୍ତି ହୋଇଥାଏ । ଚଳିତ ବର୍ଷ ୧୪ ଜଣ ବ୍ରାହ୍ମଣ ବାଳକ (ବଟୁ) ବ୍ରତୋପନୟନ ହୋଇଛନ୍ତି । ମାର୍ଚ୍ଚ ୧୫ ତାରିଖ ରେ ଚାରି କର୍ମ ହୋଇଥିବା ବେଳେ ୧୬ ତାରିଖରେ ବ୍ରତୋପନୟ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ବର୍ଗର କର୍ମକର୍ତ୍ତା ତଥା ବିଶିଷ୍ଟ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଇଥିଲେ । ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମକୁ ପଣ୍ଡିତ ସନ୍ତୋଷ ମିଶ୍ର, ଗୋକୁଳା ମିଶ୍ର, ମୁଖ୍ୟ ଆଚାର୍ଯ୍ୟ ଏବଂ ପଣ୍ଡିତ ଭୋଜରାଜ ଦାଶ, ରଘୁନାଥ ଶତପଥି, ଗୁରୁଜି ଆନନ୍ଦ ମିଶ୍ର, ସୋମନାଥ ମିଶ୍ର, ରଜନୀ ଦାଶ, ସୁରେଶ ଚନ୍ଦ୍ର ପଣ୍ଡା, କାର୍ତ୍ତିକ ପଣ୍ଡା, ନରେନ୍ଦ୍ର ମହାପାତ୍ର, ପ୍ରମୋଦ ପଣ୍ଡା, ଗୋବିନ୍ଦ ପାଣି, ସୌମ୍ୟ ମିଶ୍ର ଓ ଆନନ୍ଦ ମିଶ୍ର ସହଯୋଗୀ ଆଚାର୍ଯ୍ୟ ଦାୟିତ୍ୱ ତୁଳାଇଥିଲେ । ସମ୍ପୁର୍ଣ୍ଣ ବୈଦିକ ରୀତିନୀତି ଅନୁଯାୟୀ ଏହି ବ୍ରତୋପନୟନ କାର୍ଯ୍ୟକ୍ରମ ପାଳନ କରାଯିବା ସଙ୍ଗେ ସଙ୍ଗେ ସହର ତଥା ବିଭିନ୍ନ ଅଂଚଳରୁ ୪୦୦ ପାଖାପାଖି ବ୍ରାହ୍ମଣ ପରିବାର ଯୋଗଦାନ କରି ଉପରୋକ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ସହିତ ସାଫଲ୍ୟ ମଣ୍ଡିତ କରିଥିଲେ । ଅପରାହ୍ନ ୪ ଘଣ୍ଟା ସମୟରେ ସମସ୍ତ ବଟୁଧାରୀ ଙ୍କ ସହିତ ବ୍ରାହ୍ମଣ ମହାସଭାର ସମସ୍ତ ସଭ୍ୟ/ ସଭ୍ୟା ଏବଂ ନିମନ୍ତ୍ରିତ ପରିବାର ବର୍ଗମାନେ ମିଶି ରୋଷାଣି କାର୍ଯ୍ୟକ୍ରମ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଏପରି ନିଶୁଳ୍କ ସାମୁହିକ ବ୍ରତୋପନୟନ ଓ ବ୍ରାହ୍ମଣ ସମାଜର ପବିତ୍ର ଓ ମହତ କାର୍ଯ୍ୟକ୍ରମକୁ ସହରର ଜନସାଧାରଣ ଭୁୟସି ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବ୍ରାହ୍ମଣ ମହାସଭାର ଉପଦେଷ୍ଟା ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ, ବିଶେଷ କରି ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠି, ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଉପ-ସଭାପତି କିଶୋର ପୁରୋହିତ, ସୁଶ୍ରୀ ରାଜଶ୍ରୀ ତ୍ରିପାଠି, ସହ-ସଂପାଦକ ସଂକିର୍ତ୍ତନ ତ୍ରିପାଠି, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସଂପାଦକ ସୋମନାଥ ମିଶ୍ର, ସହରାଂଚଳ ସଭାପତି ରାକେଶ ପଣ୍ଡା, ସଦସ୍ୟ ଶିବ ନାରାୟଣ ରଥ, ସନ୍ତୋଷ ତ୍ରିପାଠି, ଜଗଦିଶ ନାଥ, ସୁରେଶ ମିଶ୍ର, ସୁବ୍ରତ ରଂଜନ ମିଶ୍ର, ସୁବାଷ ଶତପଥି, ଗିରିଶ ପଣ୍ଡା, ନିହାରିକା ମିଶ୍ର ସମେତ ସମାଜର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ