


ବଲାଙ୍ଗିର, 18 ମାର୍ଚ୍ଚ (ହି.ସ.) - ବଲାଙ୍ଗିର ର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ର ୪୦ତମ କ୍ରୀଡା ଉତ୍ସବ ଶିଶୁ ବିକାଶ କେନ୍ଦ୍ର ଓ ସମାଜସେବୀ ସୋମନାଥ ମିଶ୍ର ସ୍ମୃତି ସମିତିର ମିଳିତ ସହଯୋଗ ରେ ଚୁଡାପାଲି ନିକଟସ୍ଥ ଭୁଣ୍ଡିମୁହାଣ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି କ୍ରୀଡା କାର୍ଯ୍ୟକ୍ରମ ହୋଇଥିଲା । ୧୪ ଗୋଟି ବିଭାଗରେ ଶହେ କୋଡିଏ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଆଜି ଉଦ୍ଯାପନି କାର୍ଯ୍ୟକ୍ରମ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ବରିହା ମୁଖ୍ୟ ଅତିଥି, ପୂଜ୍ୟପୂଜା ସେବା ସଂଗଠନର ସଭାପତି ତଥା ସୋମନାଥ ମିଶ୍ର ସ୍ମୃତି ସମିତିର ଆବାହକ କେଶବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ହୃଦୟ ସରଳ, ତରଣ ଓ ନରମ ଦାୟିତ୍ୱ ଏବଂ ଶିଶୁ ପ୍ରକୃତରେ କ୍ଷୁଦ୍ର ହୁଏ ସେ ବିରାଟ ସମୁଦ୍ର, ଏହି କଥା ହୃଦୟଙ୍ଗମ କରି କାମ କରିବାକୁ ଓ ପଲାମାନଙ୍କୁ ଗଢିବାକୁ ପରାମର୍ଶ ଦେଇଥିଲେ । ସଭା ଆରମ୍ଭରେ ଗଜାନନ ପୂଜା ହୋଇଥିଲା । ବେଦ ପଠନ କରିଥିଲେ ସନ୍ତୋଷିନୀ ନାଏକ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ ମୁନମୁନ ମହାନନ୍ଦ, ପୂର୍ଣ୍ଣିମା ଗୁରୁ, ନନ୍ଦିନୀ ମହାନନ୍ଦ ଓ ଜାଗୃତି ବିଶି ଓ ପ୍ରିୟା ରଣା । ସଭାକୁ ପରିଚାଳନା କରିଥିଲେ ସଂପାଦକ ମଧୁ ସାହୁ ଓ ବାର୍ଷିକ କ୍ରୀଡା ବିବରଣ ପଠନ କରିଥିଲେ କ୍ରୀଡା ସଂପାଦକ ଧିରେନ୍ଦ୍ର ନାରାୟଣ ସିଂହଦେଓ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କସ୍ତୁରୀ ରଥ । ଦୀପ୍ତିମୟୀ ମିଶ୍ର, ପ୍ରଶାନ୍ତ ଷଡଙ୍ଗୀ, ସୁନାଧର ବନଛୋର, ପ୍ରମୋଦ କୁମାର ରଣା, ବିଷ୍ଣୁପ୍ରିୟା ରାଉତ । ଶେଷରେ ଧନ୍ୟବାଦ ଦେଇଥିଲେ ସୁରେଶ କୁମାର ସାହୁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ