ତୁଳସୀ ମହିଳା ମହାବିଦ୍ୟାଳୟରେ ସମାଜ ବିଜ୍ଞାନର ଆଲୋଚନା ଚକ୍ର
କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ତରଫରୁ “ପୃଥିବୀର କନ୍ୟା : ଭାରତରେ ପ୍ରକୃତିର ସୁରକ୍ଷା କରୁଥିବା ନାରୀ” ଶୀର୍ଷକର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ପ
---ତୁଳସୀ ମହିଳା ମହା ବିଦ୍ୟାଳୟ ରେ ସମାଜ ବିଜ୍ଞାନର ଆଲୋଚନା ଚକ୍ର


କେନ୍ଦ୍ରାପଡ଼ା,୧୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ତରଫରୁ “ପୃଥିବୀର କନ୍ୟା : ଭାରତରେ ପ୍ରକୃତିର ସୁରକ୍ଷା କରୁଥିବା ନାରୀ” ଶୀର୍ଷକର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ପୌରୋହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ମୁଖ୍ୟ ଡ ସୁଜାତା ଭଟ୍ଟ ଅତିଥି ପରିଚୟ ପ୍ରଦାନ କରି ଆଲୋଚନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ପ୍ରଶାସନିକ ଅଧିକାରୀ ପ୍ରଫେସର ସବିତା ଦାସ ପ୍ରକୃତି ଏବଂ ମହିଳା ମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସଂକ୍ଷେପରେ ଆଲୋଚନା କରିଥିଲେ। ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ ସୁଚରିତା ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଭାରତୀୟ ମହିଳାମାନଙ୍କର ପ୍ରକୃତିପ୍ରତି ଥିବା ଅବଦାନ ଏବଂ ସେମାନଙ୍କର ସଂଘର୍ଷକୁ ବିଶେଷଭାବେ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ବିଜୟାଲକ୍ଷ୍ମୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ସମାଜ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରୀ ଓ ବିଭାଗର ଅଧ୍ୟାପିକା ରୀଚା ପ୍ରଧାନ, ଏରିକା ମହାନ୍ତି ଓ ଅନ୍ୟାନ୍ୟ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande