ଭେଟନଇରେ କଙ୍ଗାରୁ କୋର୍ଟ
ଗଂଜାମ, 18 ମାର୍ଚ୍ଚ (ହି.ସ.) ଗଞାମ ଜିଲାରେ କଂଗାରୁ କୋର୍ଟ ଥମିବାର ନାଁ ଧରୁନାହିଁ। କିଛିଦିନର ବ୍ୟବଧାନରେ ପୁଣି ଆସିକା କୋଟିନଡା ଫାଣ୍ଡି ଭେଟନଇ ଗାଁରେ ପୁଣି ଏକ କଂଗାରୁ କୋର୍ଟ ସଂଗଠିତ ହୋଇଛି । ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗାଁ ମଝିରେ ଏକ ବିଦ୍ୟୁତ ଖୁଣ୍ଟରେ ଏକତ୍ର ବାନ୍ଧି ନିସ୍ତୁକ ମାଡମ
ଭେଟନଇରେ କଙ୍ଗାରୁ କୋର୍ଟ


ଗଂଜାମ, 18 ମାର୍ଚ୍ଚ (ହି.ସ.) ଗଞାମ ଜିଲାରେ କଂଗାରୁ କୋର୍ଟ ଥମିବାର ନାଁ ଧରୁନାହିଁ। କିଛିଦିନର ବ୍ୟବଧାନରେ ପୁଣି ଆସିକା କୋଟିନଡା ଫାଣ୍ଡି ଭେଟନଇ ଗାଁରେ ପୁଣି ଏକ କଂଗାରୁ କୋର୍ଟ ସଂଗଠିତ ହୋଇଛି । ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗାଁ ମଝିରେ ଏକ ବିଦ୍ୟୁତ ଖୁଣ୍ଟରେ ଏକତ୍ର ବାନ୍ଧି ନିସ୍ତୁକ ମାଡମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପୀଡିତା ମହିଳାଙ୍କ ଅଭିଯୋଗରେ କୋଟିନଡା ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି । ତୁରନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande