

ପୁରୀ, ୧୮ ମାର୍ଚ୍ଚ (ହି.ସ.) - ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ନାମ ରେ ଚଂଚକତା କରି ଅନ୍ୟ ଏକ ସଙ୍ଘ ବୈଠକ କରିବାକୁ ଯାଉଛି । ଏହି ବୈଠକ କୁ ମୂଳ ସଙ୍ଘ ର ସଭ୍ୟ ମାନେ ନ ଯିବା ପାଇଁ ସଙ୍ଘ ଆଜି ବୁଧବାର ଅପରାହ୍ନ ରେ ସିଟି ରୋଡ ୟୁଥ ହଷ୍ଟେଲ ଠାରେ ସଙ୍ଘ ସାମ୍ବାଦିକ ସମ୍ମିଳନୀ ରେ ଅନୁରୋଧ କରିଛନ୍ତି । ୨୦୧୨ରୁ ଭବାନିପାଟଣା ଠାରେ ନିର୍ବାଚିତ ହୋଇଥିବା ପ୍ରାକ୍ତନ ସଭାପତି, ସମ୍ପାଦକ ଏବଂ ଅନ୍ୟ କର୍ମକର୍ତା ଗଣକୋଭିଡ଼ ଏବଂ ଅନ୍ୟ କୌଣସି କାରଣ ବଶତଃ ନିର୍ବାଚନ କରି ପାରିନ ଥିଲେ । ୨୦୨୪ମସିହାରେ ପୁରୀ ରେଲବାଇ କଲ୍ୟାଣ ମଣ୍ଡପ ନିର୍ବାଚନକୁ ଭଣ୍ଡୁର କରିବା ପରେ ଦଳେ ଇଂଜିନିୟର ବୋଲାଉଥୁବା ନୂତନ ଭାବେ ସମିତିରେ ପ୍ରବେଶ କରି ନିଜକୁ ସଭାପତି ଓ ସମ୍ପାଦକ ବୋଲାଉଛନ୍ତି । ତା୧୧.୦୮.୨୦୨୪ରେ ସାମ୍ବିଧାନିକ ଭାବେ କଟକ ବକ୍ସି ବଜାର ବଡ଼େଇ ସାହି ମୋହନ ମଣ୍ଡପ ଠାରେ ଏକ୧୪ ଜଣିଆ ପ୍ରାଦେଶିକ କାର୍ଯ୍ୟ ନିର୍ବାହି କମିଟି ପୂର୍ବତନ ସଭାପତି ବଟକୃଷ୍ଣ ଓଝା ଓ ସାଧାରଣ ସମ୍ପାଦକ ଚିତରଞ୍ଜନ ମହାରଣାଙ୍କ ଠାରୁ ଦାୟୀତ୍ୱ ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ସୂର୍ଯ୍ୟନାରାୟଣ ମହାରଣା ଓ ସାଧାରଣ ସମ୍ପାଦକ ମନୋରଞ୍ଜନ ମହାରଣାଙ୍କୁ ପ୍ରଦନା କରିଥିଲେ । ସମିତି କାମରେ ଅନଧ୍ୱକୃତ ଭାବେ ନିଜକୁ ସଭାପତି ବୋଲାଉଥିବା ରାମକୃଷ୍ଣ ମହାରଣା ଏବଂ ସମ୍ପାଦକ ପ୍ରଭାକର ମହାରଣା କଟକ ଆଇ.ଜି.ଆର୍ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ଯାଂଚ କରାଇ ତାହା ଏକ ଅନୈତିକ ଓ ଅନୌପଚାରିକ କମିଟି ଘୋଷଣା କରି ତାଙ୍କର ଚିଠି ସଂଖ୍ୟା ୭୫୯୦/୭.୧୨.୨୪ ମାଧ୍ୟମରେ କଟକ ଆଡ଼ୋଭୋକେଟ ଜେନେରାଲଙ୍କୁ ସୁଚିତ କରିସାରିଛି । ଏହା ପରେ ସେମାନେ ନାନା ଦୋଷାରୋପକରି କଟକ ଜିଲ୍ଲା ନ୍ୟାୟାଳୟରେ ଆଶ୍ରୟ ନେଇ ଏକ ମୋକଦ୍ଦମାରେ କରିଥିଲେ ଜ୍ଝ ତାହା ଅସିଦ୍ଧ ହୋଇସାରିଛି ଏବଂ ଅନ୍ୟ ଏକ ମୋକଦ୍ଦମା ବିଚାରାଧନ ଅଛି । ଏହା ସତ୍ୱେ ସେମାନେ ମୁଖ୍ୟାଳୟ ଠିକଣା ପରିବର୍ତନ କରି ଘାଟିକିଆ ନାମରେ ଆମ ସମସ୍ତ ସଭ୍ୟଙ୍କୁପତ୍ର ଜରିଆରେ ୬୮ତମ ପ୍ରତିଷ୍ଠା ଦିବସ ନାମରେ ଆସନ୍ତା ୨୨,୦୩, ୨୦୨୬ରେ ଭୂବନେଶ୍ୱର ରେଡ଼କ୍ରସ ଭବନ ଠାରେ ଉପସ୍ଥିତ ହେବା ପାଇଁ ଅନୁରୋଧ କରିଛନ୍ତି । ଏଣୁ ପ୍ରଭାକର ମହାରଣା ଏବଂ ଅନ୍ୟମାନଙ୍କ ଦ୍ୱାରା ଆହୁତ ବୈଠକକୁ ତ୍ୱରିତ ବେଆଇନ ଘୋଷଣାକରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ସେଠାକୁ କେହି ନଯାଆନ୍ତୁ ଏବଂ ସେଠାରେ ଅସ୍ଥିତିକର ପରିସ୍ଥିତି ସୃଷ୍ଟି ହେଲେ ଆମ୍ଭେ ଦାୟୀ ନ ହେବାକୁ ଆଜିର ଏହି ସମ୍ମିଳନୀଦ୍ୱାରା ଜଣାଇ ଦିଆଯାଉଛି । ଏହି ସମ୍ମିଳନୀ ରେ ରାଜ୍ୟ ସଭାପତି ସୂର୍ଯ୍ୟ ନାରାୟଣ ମହାରଣା ଓ ସମ୍ପାଦକ ମନୋରଞ୍ଜନ ମହାରଣା, ପୁରୀ ଜିଲ୍ଲା ସଭାପତି ଦେବରାଜ ମହାରଣା, ପୁରୀ ଟାଉନ ସଭାପତି ହୃଷିକେଶ ମହାରଣା, ପୁରୀଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ