
ପୁରୀ, ୧୮ ମାର୍ଚ୍ଚ (ହି.ସ.) - ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଓ ବୈଷୟିକ ସବ-କମିଟି ବୈଠକ ବୁଧବାର ପୂର୍ବାହ୍ନ ଘ.୧୧.୦୦ ଟିକା ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସବ୍- କମିଟିର ଯୁଗ୍ମ ବୈଠକ ପରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗଣମାଧ୍ୟମକୁ ସଂବୋଧନ କରି କହିଛନ୍ତି ଯେ ଅନେକ ପ୍ରକଳ୍ପ ଅଟକି ରହିଛି ସେଗୁଡିକ ପୂର୍ଣ୍ଣାଙ୍ଗ କରାଯିବ । ଡ୍ରଇଂ, ଡିଜାଇନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର,ରଘୁନନ୍ଦନ ଲାଇବ୍ରେରି, ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ, ଆଦର୍ଶ ଗୁରୁକୁଳ, ନୀଳାଚଳ ଭକ୍ତନିବାସ ଓ ବଡଦାଣ୍ଡ ଉନ୍ନତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଗୁଣ୍ଡିଚା ମନ୍ଦିର ର ପ୍ରାୟ କାମ ଗୁଣ୍ଡିଚା ଯାତ୍ରା ପୂର୍ବରୁ ଶେଷ ହେବ । ବାସେଳୀ ସାହି ଧର୍ମଶାଳା କାମ ଶେଷ ହେବା ଉପରେ ରହିଛି । ଏହି ବୈଠକ ରେ ସବକମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ