୩୫ ପେଟି ଦେଶୀ ମଦ, କାର ଜବତ : ଚାଳକ ଫେରାର
ଧର୍ମଶାଳା, ୫ ମାର୍ଚ୍ଚ (ହି.ସ.)- ହୋଲିର ପୂର୍ବତନ ବିଳମ୍ବିତ ରାତିରେ ଯାଜପୁର ଜିଲା ବ୍ରହ୍ମବରଦା ପୁଲିସକୁ ସଫଳତା । ପୁଲିସ ଚଢଉ ଭୟରେ ମଦ ସହ ଗାଡି ଛାଡି ଚାଲିଗଲା ଚାଳକ । ୩୫ ପେଟି ଦେଶୀ ମଦ ଜବତ ହୋଇଥିବା ବେଳେ କାର ଚାଚକ ଫେରାର ହୋଇଯାଇଥିବା ଜଣାପଡିଛି । । ଏହି ଘଟଣାରେ ପୁଲିସ କେସ୍ ନଂ ୪୦ା୨୬ରେ
୩୫ପେଟି ଦେଶୀ ମଦ ଜବତ : କାର ଜବତ : ଚାଳକ ଫେରାର


ଧର୍ମଶାଳା, ୫ ମାର୍ଚ୍ଚ (ହି.ସ.)- ହୋଲିର ପୂର୍ବତନ ବିଳମ୍ବିତ ରାତିରେ ଯାଜପୁର ଜିଲା ବ୍ରହ୍ମବରଦା ପୁଲିସକୁ ସଫଳତା । ପୁଲିସ ଚଢଉ ଭୟରେ ମଦ ସହ ଗାଡି ଛାଡି ଚାଲିଗଲା ଚାଳକ । ୩୫ ପେଟି ଦେଶୀ ମଦ ଜବତ ହୋଇଥିବା ବେଳେ କାର ଚାଚକ ଫେରାର ହୋଇଯାଇଥିବା ଜଣାପଡିଛି । । ଏହି ଘଟଣାରେ ପୁଲିସ କେସ୍ ନଂ ୪୦ା୨୬ରେ ମାମଲା ରଜୁ କରି ତଦନ୍ତ ଜାରି ରଖିଥିବା ବେଳେ ତୁରନ୍ତ ଗାର ଚାଳକକୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

ମିଳିଥିବା ସୂଚନା ମୁତାବକ, ହୋଲିକୁ ଦୃଷ୍ଟିରେ ରଖି କିଛି ଅସମାଜିକ ବିଭିନ୍ନ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନରୁ ରାତି ଅଧିଆ ମଦ ଆଣି ଘର ମହଜୁଦ ରଖି ଚଢା ଦରରେ ଗ୍ରାହକକୁ ବିକ୍ରୀ କରିବା ଲକ୍ଷ୍ୟ ରଖିଥିଲେ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅଧିକାରିଣୀ କୌଣସି ମତେ ଖବର ପାଇ ତାରିଣୀଛକ ନିକଟରେ ଯିବା ସମୟରେ ଦେଶୀ କାଉଁଟରରୁ ଏକ ନାଲି ରଙ୍ଗର ମାରୁତି ଅଲଟୋ କାର ନମ୍ବର(ଓଆର୦୨ଏଏଚ୩୩୭୫) ଅଟକାଇବାକୁ ଚେଷ୍ଟା କରିଥିଲେ । କାର ଚାଳକ ଦୃତ ଗତିରେ କାରକୁ ନେଇ ଛେନାଖିଆ ପାଟଣା ଅଂଚଳ ଦେଇ ଯିବାକୁ ଚେଷ୍ଟା କରିଥିଲେ । କାର ଉକ୍ତ ରାସ୍ତାରେ ଯାଇ ନ ପାରିବାରୁ ଚାଳକ କାରକୁ ଛାଡି ଫେରାର ହୋଇଯାଇଥିଲା । ପୁଲିସ କାରଟିକୁ ଥାନାକୁ ଆଣିଥିଲା । କାର ଭିତରେ ୩୫ ପେଟି ଦେଶୀ ଆସ୍କା ଫର୍ଟି ମଦ ଥିବା ଜଣାପଡିଥିଲା । ପାଖାପାଖି ୧୭୯ ଲିଟର ଦେଶୀ ମଦ ସହ କାର ଜବତ କରାଯାଇଛି । ତୁରନ୍ତ କାର ଚାଳକଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande