





ସୁବର୍ଣ୍ଣପୁର, 07 ମାର୍ଚ୍ଚ (ହି.ସ.)
ଅଦ୍ୟ ପୂର୍ବାହ୍ନ ୬.୩୦ ଘଟିକା ସୁବର୍ଣ୍ଣପୁର ନୂଆ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ, ସୋନପୁର ଡ଼ ସୌମ୍ୟାରୂପା ରଥ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ, ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଡେପୁଟି କଲେକ୍ଟର, ଅଭିଯୋଗ ପ୍ରକୋଷ୍ଠ, ସୁବର୍ଣ୍ଣପୁର, ଶ୍ରୀ ଚିତ୍ତ ରଂଜନ ମିଶ୍ର, ଅତିଥି ଭାବେ ଯୋଗଦାନ କରିଥିଲେ। ଆଜି ଦ୍ୱିତୀୟ ଦିବସରେ ଉପସ୍ଥିତ ମହିଳା ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଟ୍ରେନର ବା ପ୍ରଶିକ୍ଷକ ଓ କୋଚ ମାନଙ୍କ ଦ୍ଵାରା ଆତ୍ମ ରକ୍ଷା ବା ସୁରକ୍ଷା କୌଶଳ, ଜୁଦୋ, କରାଟେ ସହିତ ବକ୍ସିଂ ମାଧ୍ୟମରେ ପ୍ରଦର୍ଶନ କରି ତାଲିମ ପ୍ରଦାନ କରିବା ସହିତ ସଚେତନ କରାଯାଇଥିଲା। ଏତଦ୍ ବ୍ୟତୀତ ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ଓ ସେଗୁଡ଼ିକର ମୁକାବିଲା କରିବା,ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ପୁଷ୍ଟିକର ଖାଦ୍ୟ, ନୂତନ ମହିଳା ନେତୃତ୍ୱ ସୃଷ୍ଟି କରିବା, ଦକ୍ଷତା ବୃଦ୍ଧି ଇତ୍ୟାଦି ବିଷୟରେ ତାଲିମ ଓ ସଚେତନ କରାଯାଇଥିଲା। ଆସନ୍ତାକାଲି ବିଶ୍ଵ ମହିଳା ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ସୁରେଶ୍ଵରୀ ମନ୍ଦିରରୁ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ସୋନପୁର ମହାବିଦ୍ୟାଳୟ ବିଶ୍ଵ ମହିଳା ଦିବସ ପାଳନର ସମାପ୍ତ ଘୋଷଣା କରାଯିବ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ