ଆନ୍ତଃରାଜ୍ୟ ଚେନ୍ ଛିନତାଇ ରାକେଟ ଠାବ : ୬ ଜଣ ଗିରଫ
ସମ୍ବଲପୁର,୦୫ ମାର୍ଚ୍ଚ(ହି.ସ.) – ମା'' ସମଲେଶ୍ୱରୀଙ୍କ ମନ୍ଦିର ନିକଟ ସମଲେଶ୍ୱରୀ ଘାଟରେ ଘଟିଥିବା ଚେନ୍ ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ମହିଳା ଲୁଟେରା ଗ୍ୟାଙ୍ଗକୁ ସମ୍ବଲପୁର ପୋଲିସ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ
ଆନ୍ତଃରାଜ୍ୟ ଚେନ୍ ଛିନତାଇ ରାକେଟ ଠାବ : ୬ ଜଣ ଗିରଫ


ଆନ୍ତଃରାଜ୍ୟ ଚେନ୍ ଛିନତାଇ ରାକେଟ ଠାବ : ୬ ଜଣ ଗିରଫ


ଆନ୍ତଃରାଜ୍ୟ ଚେନ୍ ଛିନତାଇ ରାକେଟ ଠାବ : ୬ ଜଣ ଗିରଫ


ସମ୍ବଲପୁର,୦୫ ମାର୍ଚ୍ଚ(ହି.ସ.) – ମା' ସମଲେଶ୍ୱରୀଙ୍କ ମନ୍ଦିର ନିକଟ ସମଲେଶ୍ୱରୀ ଘାଟରେ ଘଟିଥିବା ଚେନ୍ ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ମହିଳା ଲୁଟେରା ଗ୍ୟାଙ୍ଗକୁ ସମ୍ବଲପୁର ପୋଲିସ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ସୁନା, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୨ ଜାନୁଆରୀ ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ସମଲେଶ୍ୱରୀ ଘାଟ ନିକଟରେ ଚାଲୁଥିବା ଏକ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଭିଡ଼ର ସୁଯୋଗ ନେଇ ଅଭିଯୁକ୍ତମାନେ ଚାରି ଜଣ ମହିଳା ଭକ୍ତଙ୍କ ଠାରୁ ୫ଟି ସୁନା ଚେନ୍ ଛିନତାଇ କରିଥିଲେ। ଏନେଇ କ୍ଷେତରାଜପୁର ଥାନାରେ ମାମଲା ରଜୁ ହେବା ସହ ପୋଲିସ ଏହାର ତଦନ୍ତକୁ ମାତ୍ରାଧିକ ଗୁରୁତ୍ୱ ଦେଇଥିଲା। ଏହି ଲୁଟ୍ ଘଟଣା ପରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ସିସିଟିଭି ଫୁଟେଜ ଓ ବିଭିନ୍ନ ଫଟୋ ବିଶ୍ଳେଷଣ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସହିତ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇ ଗତ ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱରରୁ ସେମାନଙ୍କୁ ଧରିଥିଲା। ଗିରଫ ମହିଳାମାନଙ୍କ ମଧ୍ୟରେ ଜି. ଭାନୁମତୀ ଅଲିଆସ ଗାୟତ୍ରୀ ନାୟକ ଅଲିଆସ କବିତା, ଦୀପା ଦାସ, କଲ୍ୟାଣୀ ଦାସ, ପ୍ରିୟା ଦାସ, ଏସ୍. ଥାରା ଓ ପୂଜା ସିଂହ। ସେମାନେ ନିଜ ପରିଚୟ ଲୁଚାଇବା ପାଇଁ ଜାଲି ନାମ ଓ ଠିକଣା ବ୍ୟବହାର କରି ଭୋଟର ଆଇଡି କାର୍ଡ ପ୍ରସ୍ତୁତ କରିଥିବା ମଧ୍ୟ ପୋଲିସର ତଦନ୍ତରେ ଜଣାପଡ଼ିଛି।

ପୋଲିସ ସେମାନଙ୍କ ପାଖରୁ ୫୧.୭୫ ଗ୍ରାମ ଗଳିତ ସୁନା ପ୍ଲେଟ, ୬୨,୪୦୦ ଟଙ୍କା ନଗଦ, ୩ଟି ମୋବାଇଲ ଫୋନ, ଗୋଟିଏ ଚେନ୍ କଟର, ଜାଲି ଭୋଟର ଆଇଡି କାର୍ଡ, ବିଭିନ୍ନ ପଥର, ଫ୍ୟାନ୍ସି କାନ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ପୋଲିସ କହିଛି ଯେ, ଏହି ଗ୍ୟାଙ୍ଗ ପଛଲା ପ୍ରାୟ ୧୨ ବର୍ଷ ଧରି ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ବିଭିନ୍ନ ଜିଲ୍ଲାରେ ଚେନ୍ ଛିନତାଇ କରୁଥିଲେ। ବଡ଼ ବଡ଼ ଧାର୍ମିକ ଉତ୍ସବ ଓ ମେଳାମାନଙ୍କୁ ଲକ୍ଷ୍ୟ କରି ସେମାନେ ଏହି ଅପରାଧ କରୁଥିବା କଥା ତଦନ୍ତରେ ସାମ୍ନାକୁ ଆସିଛି।

ଏହି ଘଟଣାରେ କ୍ଷେତରାଜପୁର ଥାନାରେ ରଜୁ ହୋଇଥିବା ମାମଲାରେ ସମସ୍ତଙ୍କୁ ଗିରଫ କରାଯିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande