
ଜୟପୁର, ୫ ମାର୍ଚ୍ଚ (ହି.ସ.)-ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁନ୍ଦାରିଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶ୍ରୀମତି ସୁପ୍ରଭା ପାଢି ଓ ନୁଆ ଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ପଣ୍ଡା ତା ୨୮.୦୨.୨୦୨୬ ରେ ଅବସର ଗ୍ରହଣ କରିଥିଲେ lଉକ୍ତ ୨ ଜଣ ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ପୂର୍ବରୁ ସରକାର ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ l ସରକାରଙ୍କ ଆଦେଶ ମୁତାବକ ଅବସର ଗ୍ରହଣ ଦିନ ପୁର୍ଣାଙ୍ଗ ପେନସନ୍ ପ୍ରଦାନ କରିବା ନିୟମ ଶତ ପ୍ରତିଶତ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବା ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ କରିଥିଲେ lଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଉକ୍ତ ୨ ଜଣ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କୁ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର ଆଦେଶ ଦେବା ସହିତ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି lଉକ୍ତ ଅବସରକାଳିନ ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଓ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏଥି ପୂର୍ବରୁ ମଧ୍ୟ କିଛି ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଥିବା ବରିଷ୍ଠ ସହାୟକ ଶ୍ରୀ ଶଶୀଭୂଷଣ ଦାଶ୍ ସୂଚନା ଦେଇଥିଲେ lଏତଦ୍ ବ୍ୟତୀତ ସଭାପତି ଦେବି ପ୍ରସାଦ ଦାଶ୍, ସମ୍ପାଦକ ପ୍ରଦିପ କୁମାର ମିଶ୍ର, ଉପସଭାପତି ଶ୍ରୀମତୀ ମମତା ମହାପାତ୍ର, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପଲେଇ, ବରିଷ୍ଠ ଶିକ୍ଷକ ଜଗନ୍ନାଥ ମିଶ୍ର, କିରଣ ମହାରଣା, ଜ୍ୟୋତି ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଓ ହିସାବ ରକ୍ଷିକା ଶ୍ରୀମତୀ ସୁନିତା ନାୟକ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଦ୍ବୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ମନୋରଞ୍ଜନ ପଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି