ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ - ଜୟ ନାରାୟଣ
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ବିଜେପିକୁ ଆଉ ବିଜେଡିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ବିଜେଡି ତାଙ୍କ ସହ ଥିଲା । ଏନଡିଏ ଆସିବା ପରେ ଏନଡିଏ ସହ ରହିଲା। ଏବେ ଲୋକସଭାରେ ବିଜେପିର ୨୦ ସାଂସଦ। ବିଜେପିକୁ ଆଉ ବ
ଜୟ ନାରାୟଣ ମିଶ୍ର


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ବିଜେପିକୁ ଆଉ ବିଜେଡିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ବିଜେଡି ତାଙ୍କ ସହ ଥିଲା । ଏନଡିଏ ଆସିବା ପରେ ଏନଡିଏ ସହ ରହିଲା। ଏବେ ଲୋକସଭାରେ ବିଜେପିର ୨୦ ସାଂସଦ। ବିଜେପିକୁ ଆଉ ବିଜେଡିର ଆବଶ୍ୟକତା ନାହିଁ । ବିଜେଡି ଓ କଂଗ୍ରେସ ଆରମ୍ଭରୁ ମିଶିକି ଥିଲେ। ବିଜେଡି ହେଉଛି ସୁବିଧାବାଦି । କଂଗ୍ରେସକୁ ଲୋକେ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । କଂଗ୍ରେସ ହାତ ଯିଏ ଧରିଲା ସିଏ ଗଲା । ତିନିଟି ଆସନ ଜିତିବ ବିଜେପି। ୪ଟି ଆସନ ଦେଇଥିଲେ ବି ଜିତିଥାନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande