
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- ପବିତ୍ର ଦୋଳ ପୂର୍ଣ୍ଣିମା ନୀତି ପାଳିତ। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ କୃଷ୍ଣ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗ୍ରହଣ ସ୍ନାନ ଭୋଗ ସମ୍ପନ୍ନ ପରେ ବେଶ ଅନୁଷ୍ଠିତ ହୋଇଥିଲା। ବେଶ ପରେ ଚଣା ଖଜା ଅଭିର ଲାଗି ଏବଂ ଦୋଳ ବେଦୀକୁ ବିଜେ ପ୍ରତିମା ଗୋବିନ୍ଦ ଜୀଉ ରାଧା କୃଷ୍ଣ ବିଜେ ହୋଇଥିଲେ। ବିଜେ ପରେ ପାଞ୍ଜି ହୋଇଥିଲା ଗୋପାଳ ସମ୍ପ୍ରଦାୟଙ୍କ ସୁନ୍ଦର କାଠି ଲହୁଡ଼ି ଖେଳ ମନ ମୋହି ଥିଲା। ରାତି ଧୂପ ବିଜେ ପ୍ରତିମା ଶ୍ରୀମନ୍ଦିର ବିଜେ ବଡ ସିଂହାର ପୁଷ୍ପାଞ୍ଜଳି ପହୁଡ଼ ହୋଇ ରାତ୍ର ବାରଟା ହୋଇଥିବା ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ରବି