ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ଜୟପୁର, ୫ ମାର୍ଚ୍ଚ (ହି.ସ.)- ଜୟପୁର ଟାଉନ ଥାନା ସମ୍ମୁଖରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ୧୧୦ ତମ ବିଜୁ ଜୟନ୍ତୀ ପାଳନ ହୋଇଛି । ବିଜୁ ସ୍ମୁତି କମିଟିର ସଭାପତି ବାଲା ରାୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯୋଗଦେଇ ବିଜୁ ପଟ୍
ବିଜୁ ପଟ୍ଟନାୟକଙ୍କ ଜୟନ୍ତି ପାଳିତ


ଜୟପୁର, ୫ ମାର୍ଚ୍ଚ (ହି.ସ.)- ଜୟପୁର ଟାଉନ ଥାନା ସମ୍ମୁଖରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ୧୧୦ ତମ ବିଜୁ ଜୟନ୍ତୀ ପାଳନ ହୋଇଛି । ବିଜୁ ସ୍ମୁତି କମିଟିର ସଭାପତି ବାଲା ରାୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ସେହିପରି ଉତ୍କଳ ସମ୍ମିଳନି ତରଫରୁ ବିଜୁ ଜୟନ୍ତୀ ପାଳିତ ହୋଇଛି । କୋରାପୁଟ ଜିଲା ଶାଖା ଉତ୍କଳ ସମ୍ମିଳନି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯାଇଛି । ଜୟପୁର ଟାଉନ ଥାନା ସମ୍ମୁଖରେ ଥିବା ପ୍ରତିମୂର୍ତିରେ ପୁଷ୍ପାନ୍ଜଳି ଅର୍ପଣ କରି ପାଳନ କରାଯାଇଛି । ଏହି ଜୟନ୍ତୀରେ ଜିଲା ସଭାପତି ମଦନ ମୋହନ ନାୟକ ସମ୍ପାଦକ ନବିନ ମାଦଳା ଉପଦେଷ୍ଟା ବିନୋଦ ମହାପାତ୍ର , ରାଜ୍ୟ ସ୍ତରିୟ ସଦସ୍ୟ ବାଲା ରାୟ, ରାଜେନ୍ଦ୍ର ଗୌଡ, ସତ୍ୟ ନାରାୟଣ ପରିଛା ଯୋଗଦେଇ ବିଜୁ ବାବୁଙ୍କ ଓଡିଶା ପ୍ରତି ଅବଦାନ ବିଷୟରେ ଆଲୋକପାତ କରିବା ସହିତ ଶେଷରେ ସମ୍ପାଦକ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କୋରାପୁଟ ଜିଲ୍ଲା ବୈପାରୀଗୁଡା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସ୍ଥାନୀୟ ବିଜେଡି ପାର୍ଟି କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଛି l ଏହି ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜେଡି କର୍ମକର୍ତ୍ତା ମାନେ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି l ବିଜୁ ବାବୁଙ୍କୁ ନେଇ ଆଜି ବି ପ୍ରତ୍ୟେକ ଓଡ଼ିଆ ଗର୍ବିତ । ବିଜେଡି ପାର୍ଟି ସର୍ବଦା ଓଡ଼ିଶାର ସ୍ୱାର୍ଥ ପାଇଁ ଅହରୋହ ଚେଷ୍ଟା କରୁଛି l ଆଗାମୀ ଦିନରେ ମଧ୍ୟ ଜନ ସ୍ୱାର୍ଥରେ ଠିଆ ହୋଇ ରହିବ ବୋଲି ବୋଲି କର୍ମୀ କହିଛନ୍ତି l ଦକ୍ଷିଣ ଓଡିଶାର ପ୍ରମୁଖ ସହର ଜୟପୁର । ତେଣୁ ଜୟପୁରକୁ ତୁରନ୍ତ ରାଜ୍ୟ ସରକାର ଜିଲା ଘୋଷଣା କରିବାକୁ ଦାବି କରିଛନ୍ତି । ଯଦି ରାଜ୍ୟ ସରକାର ଜୟପୁରକୁ ଜିଲା ଘୋଷଣା କରିବେ ନାହିଁ ତାହା ହେଲେ ଆନ୍ଦୋଳନ ଜୋରସୋର ହେବ ବୋଲି ରବି ନାରାୟଣ ନନ୍ଦ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ବିଜୁ ଜୟନ୍ତୀରେ ଉପସ୍ଥିତ ନେତା ଓ କର୍ମି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧି ଦେବା ପାଇଁ ଦାବି କରିଥିଲେ । ଦୀର୍ଘ ୨ ବର୍ଷ ଶାସନରେ ରହି ରାଜ୍ୟ ସରକାର ଖାଲି ରଙ୍ଗ ମାରିବା ସହ ବିକାଶ ମୁଳକ କାର୍ଯ୍ୟରେ ଇଟା ଖଣ୍ଡେ ମଧ୍ୟ ପଡିନଥିବା ନେତା ମାନେ ନିଜ ବକ୍ତବ୍ୟରେ କହିଥିଲେ । ଏହାସହ ଜୟପୁର ଜଗନ୍ନାଥ ସାଗରରେ ସୌନ୍ଦର୍ଯ୍ୟକରଣ ସହ ବିକାଶମୁଳକ କାର୍ଯ୍ୟରେ ଟଙ୍କା ହେରଫେର ହୋଇଥିବା ପୂର୍ବତନ ମନ୍ତ୍ରୀ ଅନୁମାନ କରୁଛନ୍ତି । ଏନେଇ ଆଜି ବିଜେଡି ତରଫରୁ ସମସ୍ତ ନେତା କର୍ମି ଏକତ୍ରିତ ହୋଇ ଜୟପୁର ଭିଜିଲାନ୍ସ କାର୍ଯ୍ୟ।ଳୟରେ ପହଞ୍ଚି ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଜୟପୁର ପୌର ଅଧ୍ୟକ୍ଷଙ୍କ ବିରୋଦ୍ଧରେ ବିପୁଳ ପରିମାଣରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ଦାବି କରାଯାଇଛି । ୧୬ କୋଟି ଟଙ୍କା ବିନିମୟରେ ଜଗନ୍ନାଥ ସାଗରର ବିକାଶ କାର୍ଯ୍ୟ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ୧୬ କେଟି ଟଙ୍କାର କେତେ ଟଙ୍କା ପେମେଣ୍ଟ ଦିଆଯାଇଛି । କେତେ ଟଙ୍କା ବଳକା ଅଛି ତାହାର ତଦନ୍ତ କରାଯାଉ । ପୌର ଅଧ୍ୟକ୍ଷ ବସ ପରମିଟ ପାଇଁ ଆନ୍ଧ୍ରର ବିଶାଖାପାଟଣାର ଏକ ଘରୋଇ ହସପିଟାଲରରୁ ୧୦୬ ଦିନର ଜାଲ ମେଡିକାଲ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏମିତିକି ହାଇକୋର୍ଟରେ ମଧ୍ୟ ପ୍ରମାଣ ପତ୍ର ଦେଇ ପରମିଟ ହାତେଇଛନ୍ତି । ସେହି ସମୟରେ ସେ ପୌର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ପୌରପାଳିକାରୁ ତେଲ ବାବଦ ଖର୍ଚ୍ଚ ନେବା ସହ ବିକାଶମୁଳକ କାର୍ଯ୍ୟର ଉଦଘାଟନ ମଧ୍ୟ କରିଛନ୍ତି । ଏହା ତଦନ୍ତ କରାଯାଉ । ଏହା ସହ ଜିମ ପାଇଁ ଯନ୍ତ୍ରପାତି ଆଣିଛନ୍ତି ଯାହା ବ୍ୟବହାର ନ ହୋଇ ନଷ୍ଟ ହୋଇଛି । ତାହାର ତଦନ୍ତ କରାଯାଉ । ଦାବି ପତ୍ର ଦେବାର ୭ ଦିନ ଭିତରେ ତଦନ୍ତ କରାନଗଲେ ଜୟପୁର ସହରର ୯ଟି ୱାର୍ଡରେ ଧାରଣା ଦିଆଯିବ । ପରେ ଜୟପୁର ପୌରପାଳିକାକୁ ଘେରାଉ ମଧ୍ୟ କରାଯିବ । ଯଦି କିଛି ଦାବି ପୁରୁଣ ନହୁଏ ଜୟପୁର ସହରକୁ ବନ୍ଦ ମଧ୍ୟ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ ବି. ସୁନିତା, ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢୀ, ବିଜେଡି ବରିଷ୍ଠ ନେତା ଅନୁପ ପାତ୍ର, ସୂର୍ଯ୍ୟ ନାରାୟଣ ରଥ, ଦୁର୍ଗା ମିଶ୍ର, ନଗ ରାଜ ଦୋରା, ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande