ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ
ଝାରସୁଗୁଡା, ୫ ମାର୍ଚ୍ଚ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଝାରସୁଗୁଡା ବିଜେଡି ତରଫରୁ ଗୁରୁବାର ପୂର୍ବାହ୍ନ ୧୦ଟା ରେ ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଠାରେ ପାଳନ ହୋଇଯାଇଛି | ବଡ଼ମାଳ ଛକ ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ


ଝାରସୁଗୁଡା, ୫ ମାର୍ଚ୍ଚ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଝାରସୁଗୁଡା ବିଜେଡି ତରଫରୁ ଗୁରୁବାର ପୂର୍ବାହ୍ନ ୧୦ଟା ରେ ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଠାରେ ପାଳନ ହୋଇଯାଇଛି | ବଡ଼ମାଳ ଛକ ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରିଥିଲେ | ଉପସ୍ଥିତ ବିଜେଡି କର୍ମକର୍ତା ମାନେ ବିଜୁ ବାବୁ ଙ୍କ ସ୍ମୁତି ଚାରଣ କରିବା ସହିତ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ, କଳିଙ୍ଗ ବୀର, ବିଜୁ ବାବୁ ସବୁବେଳେ ଓଡ଼ିଶା ସହିତ ସାରା ବିଶ୍ୱ ର ଜଣେ ଅଦ୍ଵିତୀୟ ନେତା ବୋଲି ମତବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ,ପୂର୍ବତନ ଜିଲ୍ଲା ସଭାପତି ରବି ସିଂ, ଉପସଭାପତି ଅଶୋକ ଦାସ, ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁଭାଶିଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ପୱନ୍ ସିଂ ଯାଦବ ପୱନ୍ ଶର୍ମା, ଭବାନୀ ସାହା, କାହ୍ନା ପୋଢ଼ , କୁଶ ସେହୁଲ୍, ସତନ୍ତ୍ର ଶର୍ମା, ଥବିର ମିଶ୍ର, ସୁବାସ କେଡିଆ ପ୍ରମୁଖ ଉପସ୍ଥିତ ଥିଲେ |

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande